ବାଇକ ଉପରେ ଚଢିଗଲା ଟ୍ରକ, ବାଇକ ଆରୋହୀଙ୍କ ମୃତ
ବାଇକ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ବାରିପଦା ବୁଢୀଖମାରୀଠାରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
(ବାରିପଦା) : ବାଇକ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ବାରିପଦା ବୁଢୀଖମାରୀଠାରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ବାଇକରେ ଜଣେ ଯାଉଥିବା ବେଳେ ବାରିପଦା ବୁଢୀଖମାରୀଠାରେ ହଠାତ ଏକ ଟ୍ରକ ମାଡି ଯାଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ଜୀବନ ଚାଲି ଯାଇଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି । ତେବେ ବାଇକ ଆରୋହୀଙ୍କ ପରିଚୟ ମିଳି ନାହିଁ ।