ରାଗିଂ ରୋକିବାକୁ ଇସ୍ରୋର ପ୍ରୟାସ

ଭାରତ: ରାଗିଂ ରୋକିବାକୁ ପ୍ରୟାସ । ଏହି ପ୍ରୟାସକୁ ସଫଳ କରିବା ପାଇଁ ଇସ୍ରୋ ସାହାଯ୍ୟ କରିବ । କଲେଜ କ୍ୟାମ୍ପସରେ ରାଗିଂ ରୋକିବାକୁ ନିଆଯିବ ଶକ୍ତ ପଦକ୍ଷେପ । ରାଗିଂ ରୋକିବାକୁ ଇସ୍ରୋ ପକ୍ଷରୁ ପ୍ରଥମ ପର୍ୟ୍ୟାୟରେ ପଶ୍ଚିମବଙ୍ଗର କଲେଜଗୁଡ଼ିକରେ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜାଯିବ । ଏହି ଯନ୍ତ୍ରପାତି ମଧ୍ୟରେ ଭିଡିଓ ଆନାଲିଟିକ୍ସ, ଇମେଜ ମ୍ୟାଚିଂ ମେଶିନ, ଅଟୋମେଟିକ ଟାର୍ଗେଟ ଚିହ୍ନଟ କରି ପାରୁଥିବା ଯନ୍ତ୍ର ଓ ରିମୋଟ ସେନସିଂକୁ ବ୍ୟବହାର କରାଯିବ। ଫଳରେ ରାଗିଂ ଘଟଣା ଘଟିଲେ ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ସୂଚନା ମିଳିବା ସହ ସେମାନେ ଏହାକୁ ରୋକିବାକୁ ତୁରନ୍ତ ପଦକ୍ଷେପ ଉଠାଇ ପାରିବେ। ଇସ୍ରୋର ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋରୁ କଲେଜ କ୍ୟାମ୍ପସରେ ରାଗିଂର ମାତ୍ରା ବହୁତ କମିଯିବ ବୋଲି ଆକଳନ କରିଛନ୍ତି । ତେଣୁ ଏହି ଅତ୍ୟାଧୁନିକ ଯନ୍ତ୍ରପାତି ରାଗିଂକୁ ରୋକିବାକୁ କେତେ ଦୂର ସକ୍ଷମ ହୋଇ ପାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ପ୍ରକ୍ରିୟା ଦ୍ୱାରା ରାଗିଂକ ବହୁ ମାତ୍ରାରେ ହ୍ରାସ କରାଯାଇ ପାରିବ ବୋଲି ଆଶା କରାଯାଉଛି।