ଜାହାଜ ରେ ଆଇରନ ଲୋଡ଼ ସମୟରେ ଘଟିଲା ଅଘଟଣ, କ୍ରେନ୍ ସହାୟତାରେ ଆଇରନ ଲୋଡ଼ ହେଉଥିବା ସମୟରେ ହଠାତ ହାଇୱା ଉପରେ ଆଇରନ ଗ୍ରାଫ୍ ଖସିପଡ଼ିଲା ଓ ଘଟଣା ସ୍ଥଳରେ ଡ୍ରାଇଭର ମୃତ, ଘଟଣା ଘଟିଛି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ରେ ରହିଥିବା CQ-1 ବର୍ଥ ରେ । ଗତକାଲି ବର୍ଷା କାରଣରୁ ଆଇରନ ଗୁଣ୍ଡ ସବୁ କାଦୁଅ ଅବସ୍ଥାରେ ରହିଥିବା ବେଳେ ଏହାକୁ ଲୋଡ଼ ଦିଆଯାଉଥିଲା ।

ହଠାତ କ୍ରେନ୍ ରେ ରହିଥିବା ଗ୍ରାଫ୍ ଖୋଲିଯିବା କାରଣରୁ ତଳେ ରହିଥିଵା ହାଇୱା ଉପରେ ଖସିପଡ଼ିଥିଲା ଆଇରନ । ଘଟଣା ସ୍ଥଳରେ ହାଇୱା ଚାଳକ ଙ୍କର ମୃତ୍ୟୁ ହୋଇଥିବା ବେଳେ, ମୃତ ଡ୍ରାଇଭର ଙ୍କ ନାମ ସରୋଜ ଖିଲାର ବୋଲି ସୂଚନା ମିଳିଛି। ସରୋଜ ଙ୍କ ଘର କେଉଁଠି ତାହା ଜଣା ପଡ଼ିନଥିବା ସମୟରେ ଘଟଣା ସ୍ଥଳରେ ସାଥି ଡ୍ରାଇଭର ମାନେ ପହଞ୍ଚିବା ପରେ ବନ୍ଦର ନିଷିଦ୍ଧାଞ୍ଚଳ ରେ ଉତ୍ତେଜନା ପ୍ରକାଶ ପାଇଛି । ପାରାଦୀପ ବନ୍ଦର CQ -1 ବର୍ଥ ରେ ଲାଗିଥିବା ଜିନ ହାଇ ହେ ନାମକ ଜାହାଜ ରେ ଆଇରନ ଓର ଲୋଡ଼ ହେଉଥିବା ସମୟରେ ଘଟିଛି ଏହିଭଳି ଘଟଣା ।
