ଝାଡଖଣ୍ଡ : ବିଧାନସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ଡିଜିପିଙ୍କ ବଦଳି ପାଇଁ ନିର୍ଦ୍ଦେଶ। ଆଜି ନିର୍ବାଚନ ଆୟୋଗ ଡିଜିପି ଅନୁରାଗ ଗୁପ୍ତାଙ୍କ ବଦଳି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ , ନିର୍ବାଚନ ଆୟୋଗ ତୁରନ୍ତ ଗୁପ୍ତାଙ୍କ ବଦଳି କରିବା ସହ ତାଙ୍କ ସ୍ଥାନରେ ଡିଜିପି ସ୍ତରର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟଗଙ୍କ କହିବା ଅନୁଯାୟୀ, ଡିଜିପି ଅନୁରାଗ ଗୁପ୍ତାଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆସିଥିଲା। ଏହି ଅଭିଯୋଗକୁ ଆଧାର କରି ଏବଂ ତାଙ୍କ ପୂର୍ବ କାର୍ଯ୍ୟପନ୍ଥାଙ୍କୁ ବିଚାର ବିମର୍ଶ କରାଯାଇ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି।