ନ୍ୟୁଜିଲାଣ୍ଡର ସାଂସଦ ହେଲେ ୩୫ ବର୍ଷୀୟ ଭାରତୀୟ ଡାକ୍ତର

ଓ୍ୱେଲିଙ୍ଗଟନ: ନ୍ୟୁଜିଲାଣ୍ଡର ଜଣେ ସାଂସଦ ହେଲେ ୩୫ ବର୍ଷୀୟ ଜଣେ ଭାରତୀୟ । ହିମାଚଳ ପ୍ରଦେଶର ହାମିପୁର ନିବାସୀ ଡାକ୍ତର ଗୌରବ ଶର୍ମା ଏହି ପଦରେ ଆସିନ୍ନ ହେବାର ଗୌରବ ହାସଲ କରିଛନ୍ତି । ସେ ଲେବର ପାର୍ଟିର ପ୍ରାର୍ଥୀ ଭାବେ ହାମିଲଟନ ଓ୍ୱେଷ୍ଟର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଗୌରବ ଦୀର୍ଘ ୨୦ ବର୍ଷ ହେବ ନ୍ୟୁଜିଲାଣ୍ଡରେ ବସବାସ କରୁଛନ୍ତି । ସେ ମେଡିସିନ୍ ଏବଂ ସର୍ଜରୀରେ ଗ୍ରାଜୁଏସନ ପାସ୍ କରିବା ପରେ ହାମିଲଟନର ନଟଁନ ପ୍ରାକ୍ଟିସ କରୁଥିଲେ। ଶର୍ମାଙ୍କ ବାପା ନ୍ୟୁଜିଲ୍ୟାଣ୍ଡ ଯିବା ପୂର୍ବରୁ ହିମାଚଳ ପ୍ରଦେଶର ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ଗୌରବ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପରିବାର ନ୍ୟୁଜିଲ୍ୟାଣ୍ଡ ଚାଲିଯାଇଥିଲେ।
ସାଧାରଣ ନିର୍ବାଚନରେ ଗୌରବ ୧୬,୯୫୦ ଖଣ୍ଡ ଭୋଟ ପାଇଛନ୍ତି। ନ୍ୟାସନାଲ ପାର୍ଟିର ଟିମ୍ ମାସିଣ୍ଡୋଙ୍କୁ ସେ ୪,୪୨୫ ଭୋଟରେ ପରାସ୍ତ କରିଥିବା ନ୍ୟୁଜିଲ୍ୟାଣ୍ଡ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଏହି ଖବରକୁ ନେଇ ଭାରତୀୟଙ୍କ ମଧ୍ୟରେ ଦେଖାଦେଇଛି ଆନନ୍ଦି । ଏଥିନେଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଗୌରବଙ୍କୁ ଅଭିନନ୍ଦନ ଜଣାଇଛନ୍ତି।