ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ଆଜି ଧରା ପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତ ଜନନୀ ମାଆ ଦୁର୍ଗା ପାରଳାଖେମୁଣ୍ଡି ସହରର ବିଭିନ୍ନ ସାହି ଛକ ଓ କାର୍ଯ୍ୟାଳୟରେ ହେଉଥିବା ଦୁର୍ଗା ପୂଜା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ଭଷାଣି ଉତ୍ସବ ଚାଲିଛି। ବାଦ୍ୟ ବାଜଣା ସହ ବାଣ ଫୁଟାଇ ଖୁସିର ସହିତ ସହର ପରିକ୍ରମା କରି ମାଆଙ୍କୁ ମେଲାଣି ଦେଉଛନ୍ତି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।