୨୦୨୧ର ପ୍ରଥମ ବାର୍ଡଫ୍ଳୁ ଜନିତ ମୃତ୍ୟୁ
ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା H5N1 ସଂକ୍ରମିତ ଜଣେ ୧୧ ବର୍ଷୀୟ ନାବଳକର ମୃତ୍ୟୁ ଘଟିଛି। ୨୦୨୧ର ଏହା ପ୍ରଥମ ବାର୍ଡଫ୍ଳୁ ଜନିତ ମୃତ୍ୟୁ। ନାବାଳକର ମୃତ୍ୟୁ ପରେ ଦିଲ୍ଲୀର ସମସ୍ତ ଡାକ୍ତର ଓ କର୍ମଚାରୀ ଆଇସୋଲେସନ୍ରେ ରହିଛନ୍ତି।
(ଦିଲ୍ଲୀ) : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା H5N1 ସଂକ୍ରମିତ ଜଣେ ୧୧ ବର୍ଷୀୟ ନାବଳକର ମୃତ୍ୟୁ ଘଟିଛି। ୨୦୨୧ର ଏହା ପ୍ରଥମ ବାର୍ଡଫ୍ଳୁ ଜନିତ ମୃତ୍ୟୁ। ନାବାଳକର ମୃତ୍ୟୁ ପରେ ଦିଲ୍ଲୀର ସମସ୍ତ ଡାକ୍ତର ଓ କର୍ମଚାରୀ ଆଇସୋଲେସନ୍ରେ ରହିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଦେଶରେ କେତେକ ରାଜ୍ୟରେ ବାର୍ଡଫୁଲ୍ ଭୂତାଣୁ ଚିହ୍ନଟ ହୋଇଥିଲା। ବିଶେଷଜ୍ଞମାନେ ହରିଆଣାରେ ବାର୍ଡଫ୍ଲୁର ସବ୍ଟାଇପ୍ H5N8 ଭାଇରସ ଚିହ୍ନଟ କରିଥିଲେ। ତେବେ ଏହି ଷ୍ଟ୍ରେନ୍ ମଣିଷକୁ ସଂକ୍ରମିତ କରିଥିବା ଦେଖାଯାଏ ନାହିଁ।
ସୂଚନାନୁଯାୟୀ , ତେବେ ଦେଶର ଦିଲ୍ଲୀ ସମେତ ୮ଟି ରାଜ୍ୟ- କେରଲା, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜରାଟ ଏବଂ ହରିଆଣାରେ ବାର୍ଡଫ୍ଲୁ ଚିହ୍ନଟହେବା ପରେ କେନ୍ଦ୍ର ସରକାର ସତର୍କ ସୂଚନା ଜାରି କରିଥିଲେ। ଏହାପରେ ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ସଂକ୍ରମିତ ପକ୍ଷୀମରା ଅଭିଯାନ ଆରମ୍ଭ କରାଯାଇଥିଲା। ସେହିପରି ଚଳିତ ବର୍ଷ ଜାନୁଆରୀ ମାସରେ ଦିଲ୍ଲୀର ଲାଲକିଲ୍ଲାରେ ବାର୍ଡଫ୍ଲୁର ସଂକ୍ରମଣ ଚିହ୍ନଟ ହୋଇଥିଲା। ଏହାପରେ ଦିଲ୍ଲୀ ସରକାର ଘାଜିପୁର କୁକୁଡ଼ା ଚିକେନ ବଜାରକୁ ଓ ଫାର୍ମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।