(ଦିଲ୍ଲୀ) : ଦେଶରେ ମହାମାରୀ କରୋନାର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରୁ ୧୨,୨୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମଣର ମୋଟ ସଂଖ୍ୟା ୪,୩୨,୫୭,୭୩୦କୁ ବୃଦ୍ଧି ପାଇଛି। ଭାରତରେ ଏବେ ୫୩,୬୩୭ଟି କୋଭିଡ୍ ମାମଲା ଆକ୍ଟିଭ ରହିଛି। ସେହିପରି ବୁଧବାର କରୋନାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ଼ ହୋଇଛି। ଏହାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୪,୭୮୨କୁ ଛୁଇଁଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଅନୁଯାୟୀ , ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୭୧୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪,୨୬,୬୭,୦୮୮ରେ ପହଞ୍ଚିଛି। ଏଥିସହ ଦୈନିକ ପଜିଟିଭିଟିହାର ୨ ପ୍ରତିଶତରେ ସ୍ଥିର ରହିଛି। କିନ୍ତୁ ସାପ୍ତାହିକ ପଜିଟିଭିଟି ରେଟ ୨.୩୫ ପ୍ରତିଶତ ରହିଛି। ଜାତୀୟହାରରେ ରିକଭରି ରେଟ୍ ୯୮,୬୬ ପ୍ରତିଶତ ରହିଛି। ଏଯାଏଁ ଦେଶରେ ମୋଟ କୋଭିଡ ଟିକା ପ୍ରନାନରେ ୧୯୫.୫ କୋଟି ଅତିକ୍ରମ କରିଛି।
ଅନ୍ୟପଟେ ଦେଶର ଗୁରତ୍ୱପୂର୍ଣ୍ଣ ମେଡିକାଲ, ବସ୍ଷ୍ଟାଣ୍ଡ ଓ ଏୟାରପୋର୍ଟ ,ରେଲୱେ ଷ୍ଟେସନ ଭଳି ସମ୍ବେଦନଶୀଳ ସ୍ଥାନରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। କୋଭିଡ୍-୧୯ ସଂକ୍ରମଣ ମାମଲା ହଠାତ୍ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି।