ଯାଜପୁର: ଯାତା କଳାକାର ନରି ପଣ୍ଡାଙ୍କୁ ମାଡ ମାରିବା ଘଟଣା । ସାମ୍ନାକୁ ଆସିଲା ବହୁ ପ୍ରତିକ୍ଷିତ ସିସିଟିଭି ଫୁଟେଜ । ଏହାକୁ ସାର୍ବଜନିନ କଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ଦ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ଭିଜୁଆଲରେ ସ୍ପଷ୍ଟ ଦେଖାଯାଉଛି କି ନରି ପଣ୍ଡା ଏକ ଛୋଟ ଥଳି ଧରି ଅନନ୍ତଙ୍କ ଢାଭା ଭିତରୁକୁ ପ୍ରବେଶ କରୁଛନ୍ତି କିନ୍ତୁ ସେହି ଥଳିରେ କଣ ରହିଛି ତାହା ଜଣାପଡୁ ନାହିଁ ।
ସୂଚନା ଅନୁଯାୟୀ , ଆଗରୁ ଅନନ୍ତଙ୍କ ବିରୋଧରେ ନରି ପଣ୍ଡା ଅନଲାଇ ମାଧ୍ୟମରେ ଅଭିଯୋଗ କରିଥିବା ବେଳେ ଗତ ଶନିବାର ଦିନ ବାଲିଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେଣୁ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅନନ୍ତଙ୍କ ଢାବାରେ ପହଞ୍ଚି ଥିଲା ପୋଲିସ । ସେହି ଦିନର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଷ୍ଟାପଙ୍କୁ ପଚରା ଉଚରା ଓ କାଗଜପତ୍ର ଯାଞ୍ଚ ମଧ୍ୟ କରିଥିଲା ପୋଲିସ ।