ଉଦଳା : ଓଡିଶା ସରକାରଙ୍କ ପକ୍ଷରୁ କ୍ରୀଡା କ୍ଷେତ୍ରରେ ବିଭିନ୍ନ ଯୁବ ଵର୍ଗଙ୍କୁ ପ୍ରୋତ୍ସାହିତ କରାଯାଉଛି l ବିଭିନ୍ନ କଲେଜ ପାଇଁ କ୍ରୀଡାରେ ବିକାଶ ଦିଗରେ ଅନୁଦାନ ଦେବା ସହ ଯୁବ ଵର୍ଗଙ୍କୁ ଉତ୍ସାହିତ କରାଯାଉଛି l ଓଡିଶା ସରକାରଙ୍କ ପକ୍ଷରୁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧମରେ କଲେଜରେ ବିଭିନ୍ନ ପ୍ରକାର କ୍ରୀଡାଠୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ମେଘାସନ ମହାବିଦ୍ୟାଳୟରେ ଆଜିଠୁ 30ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କ୍ରୀଡା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l
ଦାଇତ୍ୱ ରେ ଥିବା ନୋଡାଲ ଅଫିସର ବସନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି l ଆଜିର ଏହି ଯୁବ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କପ୍ତିପଦା ବ୍ଲକର ବିଡ଼ିଓ ଶୀଧେଶ୍ୱର ନାୟକ, କଲେଜ ର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉତ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ଉଦଘାଟନ କରି ମସାଲ ଶୋଭାଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l କଲେଜର ଛାତ୍ର ଛାତ୍ରୀ , ଅଧ୍ୟାପକ ଓ ଅଧାପିକା ମାନେ ମସାଲ ଶୋଭାଯାତ୍ରାରେ ଭାଗ ନେଇ ଥିଲେ l ଏହି କାର୍ଯ୍ୟକ୍ରମରେ ନୋଡାଲ ଅଫିସର ବସନ୍ତ ପାତ୍ର,ପ୍ରଶାସନିକ ଅଧିକାରୀ ନିରୋଞ୍ଜନ ପାଢ଼ୀ, ଏନସିସି ମୁଖ୍ୟ ଅରୁଣ କୁମାର ଜେନାଙ୍କ ସହ କଲେଜ ର ସମସ୍ତ କର୍ମଚାରି ସହଯୋଗ କରିଥିଲେ l ଛାତ୍ର ଛାତ୍ରୀ ମାନେ ଉତ୍ସାହିତ ହେବା ସହ ଏଭଳି ସରକାରଙ୍କ ଯୁବ ଵର୍ଗ ପ୍ରତି ପ୍ରୟାସକୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ କ୍ରୀଡାର ବିକାଶ ପାଇଁ ସେମାନଙ୍କ ଭୂମିକା ଜାରି ରହିବ ବୋଲି ତାଙ୍କର ପ୍ରତିକ୍ରିୟାରେ କହିଥିଲେ l