ଭୁବନେଶ୍ୱର : ମମିତା ହତ୍ୟା ମାମଲାରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିବେକ ଅଗ୍ରଓ୍ବାଲ ନାମକ ବ୍ୟକ୍ତିଙ୍କ ୧୬୧ ବୟାନରୁ ମିଳିଛି ତଥ୍ୟ । ମମିତାଙ୍କ ଶବ ପୋଡିବାପାଇଁ ଟାୟାର ଯୋଗାଇ ଦେଇଥିଲେ ବିବେକ । ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ବିବେକକୁ ଫୋନ କରିଥିଲା । ଗତ ୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଗୋବିନ୍ଦକୁ ଫୋନ କରିଥିଲା ବିବେକ । ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଯାଇ ୨ଟି ଟାୟାର ଆଣିବ କହିଥିଲା ପରେ ରାଧେଶ୍ୟାମ ପ୍ରାୟ ଅପରାହ୍ନ ୩ଟା ୩୦ ସୁଦ୍ଧା ରାଧେଶ୍ୟାମ ଟାୟାର ନେଇଥିଲା ।