ଅତ୍ୟଧିକ ଗ୍ରୀନ୍‌ ଟି’ ଶରୀର ପକ୍ଷେ ହୋଇପାରେ ଘାତକ

ମେଦବହୁଳତା ଜୀବନ ଶୈଳୀ ଭିତରେ ଆଜି କାଲି ଗ୍ରୀନ୍‌ ଟି’ ପିଇବା ଏକ ଟ୍ରେଣ୍ଡ ପାଲଟିଗଲାଣି।

ମେଦବହୁଳତା ଜୀବନ ଶୈଳୀ ଭିତରେ ଆଜି କାଲି ଗ୍ରୀନ୍‌ ଟି’ ପିଇବା ଏକ ଟ୍ରେଣ୍ଡ ପାଲଟିଗଲାଣି। ପତଳା ହେବା ପାଇଁ ଆଉ ଫିଟ୍‌ ରହିବା ପାଇଁ ଅଧିକାଂଶ ଲୋକେ ଗ୍ରୀନ୍‌ ଟି’ ପିଇବାକୁ ଭାରି ପସନ୍ଦ କରନ୍ତି। ତେବେ ଆପଣ ଜାଣନ୍ତୁ ଗ୍ରୀନ୍ ଟି’କୁ ସଠିକ୍ ଭାବରେ ନ ପିଇବା ଦ୍ୱାରା ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ଅନେକ ଲୋକଙ୍କର ସକାଳେ ଖାଲି ପେଟରେ ଗ୍ରୀନ୍ ଟି’ ପିଇବା ଅଭ୍ୟାସ ଅଛି, କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ମହଙ୍ଗା ପଡିପାରେ। ସକାଳୁ ଖାଲି ପେଟରେ ଗ୍ରୀନ୍‌ ଟି’ ପଇଲେ କ’ଣ ସବୁ ଅସୁବିଧା ଭୋଗିବାକୁ ପଡେ ଆସନ୍ତୁ ଜାଣିବା।

୧. ଏହି କାରଣରୁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ।
୨.ଅତ୍ୟଧିକ ମାତ୍ରାରେ ଗ୍ରୀନ୍‌ ଟି’ ସେବନ କରିବା ଦ୍ୱାରା ଶରୀରରେ ଆଇରନ୍‌ର ଅଭାବ ଦେଖାଦିଏ।
୩.ଏହାର ଅତ୍ୟଧିକ ବ୍ୟବହାର ଗର୍ଭାବସ୍ଥାରେ କିମ୍ବା ଶିଶୁର ଜନ୍ମ ପରେ ମଧ୍ୟ କ୍ଷତି ପହଞ୍ଚାଇପାରେ। ଯଦି ଆପଣ ଏହାକୁ ଅଧିକ ପିଅନ୍ତି ତେବେ ଏହା ଆପଣଙ୍କ ଗର୍ଭପାତର କାରଣ ମଧ୍ୟ ହୋଇପାରେ।
୪. କଫି ପରି ଗ୍ରୀନ୍‌ ଟି’ରେ ମଧ୍ୟ କ୍ୟାଫିନ୍ ରହିଛି। ଯଦିଓ ଏହାର ପରିମାଣ ବେଶ କମ୍‌ ତଥାପି ଖାଲି ପେଟରେ ଲଗାତର ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ।
୫. ଅନେକ ଲୋକଙ୍କୁ ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଯୋଗୁଁ ମୁଣ୍ଡ ବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। କୁହାଯାଏ, ଖାଲି ପେଟରେ ଏହାକୁ ପିଇବା ଦ୍ୱାରା ଗ୍ୟାସ୍‌ ଭଳି ସମସ୍ୟା ଉପୁଜେ। କିଛି ସମୟ ପରେ ଏହି ଗ୍ୟାସ୍‌ ଯୋଗୁଁ ମୁଣ୍ଡ ବିନ୍ଧେ। ତେବେ ଜଳଖିଆ ଖାଇବାର କିଛି ସମୟ ପରେ ହିଁ ଗ୍ରୀନ୍‌ ଟି’ ପିଇବା ଉଚିତ।