ଆଜି ଇଦ- ଉଲ- ଜୁହା

(ରିପୋର୍ଟସ ଟୁଡେ)  : ଆଜିର ଦିନକୁ ଇଦ ଉଲ ଜୁହା ଭାବେ ପାଳନ କରାଯାଉଛି । ଇସଲାମ ଧର୍ମ ଅନୁସାରେ ଆଜିର ଦିନରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ଖୁଦାଙ୍କ ପାଇଁ କିଛି ବଳିଦାନ ଦେଇଥାନ୍ତି ।

ହଜରତ୍ ଇବ୍ରାହିମ ନାମକ ଜଣେ ବ୍ୟକ୍ତିଙ୍କୁ ଆଲହା ନିଜ ପୁଅର ବଳିଦେବା କହିଥିଲେ । ଇବ୍ରାହିମ ଏହାକୁ ସ୍ୱୀକାର କରିଥିଲା । ତେବେ ଆଲ୍‌ହା ଇବ୍ରାହିମର ଏହି ଉତ୍ସର୍ଗୀକୃତ ଭାବନା ଦେଖି ତାଙ୍କ ପୁଅକୁ ବଦଳାଇ ତା ସ୍ଥାନରେ ଏକ ପଶୁ ରଖିଦେଇଥିଲେ । ଏହାପରଠାରୁ ଏହାକୁ ବକରଦ ଇଦ୍ ବୋଲି କୁହାଯାଏ । ଏହି ଦିନରେ ମୁସଲିମ୍ ମାନେ ନିଜର ଲାଳସାକୁ ତ୍ୟାଗ କରିଥାନ୍ତି ।

ବକରୀଦ ଅବସରରେ ଛେଳିକୁ ମଧ୍ୟ ବଳିଦା ଦିଆଯାଇଥାଏ । କିନ୍ତୁ ପ୍ରତ୍ୟେକ ମୁସଲିମ ଯେ, ଛେଳିର ବଳିଦାନ ଦେବେ ତାହା ବାଧ୍ୟ ନୁହେଁ । ତେବେ କୌଣସି ରୋଗାଗ୍ରସ୍ତ ପଶୁ କିମ୍ବା କୌଣସି ଛୋଟପଶୁର ବଳିଦେବା ଅନୁଚିତ୍ । ପଶୁଟି ଅତି କମରେ ବର୍ଷକରୁ ବଡ ହୋଇଥିବା ଆବଶ୍ୟକ । କୋରାନରେ କୁହାଯାଇଛି ଯେ, ବଳିଦାନରେ ଆଲହାଙ୍କ ନିକଟରେ ରକ୍ତ, ମାଂସ, ହାଡ ପହଞ୍ଚିନଥାଏ । ଦେବାର କେତେ ଆଗ୍ରହ ତାହା ହିଁ ପହଞ୍ଚିଥାଏ ।

ଇଦ୍ ସକାଳେ ନମାଜ ପାଠପରେ ବଳିଦାନ ଦିଆଯାଇଥାଏ । ଏହାପରେ ଏହି ମାଂସର ତିନି ଭାଗ କରାଯାଏ । ଏଥିରେ ଗୋଟିଏ ଭାଗ ଆଲ୍‌ହାଙ୍କ ପାଇଁ, ଅନ୍ୟ ଭାଗଟି ଗରିବଙ୍କ ପାଇଁ ଓ ତୃତୀୟ ଭାଗଟି ସମ୍ପର୍କୀୟଙ୍କ ପାଇଁ ରଖାଯାଏ ।

କୋରାନର ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ନିଜ ଆୟର ଦେଢ ପ୍ରତିଶତ ଦାନ କରିଥାଏ, ଏହା ସହିତ ବିଭିନ୍ନ ସାମାଜିକ ମଙ୍ଗଳ କାର୍ୟ୍ୟରେ ନିଜର ଧନ ଖର୍ଚ୍ଚ କରିଥାଏ ତେବେ ତାକୁ ବଳିଦାନ ଦେବାର ଆବଶ୍ୟକତା ନାହିଁ । ବଳିଦାନରେ ଛେଳି କେତେ ଟଙ୍କାର ତାହା ମୂଲ୍ୟ ରଖିନଥାଏ, ବ୍ୟକ୍ତିର ଉତ୍ସର୍ଗୀକୃତ ଭାବନା ହିଁ ମୂଲ୍ୟ ରଖିଥାଏ । ଯେଉଁ ବ୍ୟକ୍ତି ଅନ୍ୟର ମଙ୍ଗଳ କରିଥାଏ ଆଲ୍‌ହା ତାର ମଙ୍ଗଳ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।