ଭୁବନେଶ୍ୱର: ଗତକାଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବାଦ ଦେବାପରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ ପରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଅତନୁ ସବ୍ୟସାଚୀ ନାୟକ । ସମବାୟ ଓ ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ଭଳି ଦୁଇଟି ବିଭାଗରେ ଯେଉଁ ଭଳି କାର୍ଯ୍ୟ କରିଆସୁଥିଲି ସେହି ଭଳି ଏ ବିଭାଗରେ ବି ନିଷ୍ଠାପର ସହ କାର୍ଯ୍ୟ କରିବି।ମୁଖ୍ୟମନ୍ତ୍ରୀ ଯେଉଁ ସମୟ ରେ ଯେଉଁ ଦାୟିତ୍ଵ ଦେଇଛନ୍ତି ଦଳ ହେଉ ବା ସରକାର ମୁଁ ଚେଷ୍ଟା କରିଥାଏ ଠିକ୍ ଭାବରେ ତୁଲାଇବା ପାଇଁ। ଆମ ସରକାର ବିଭିନ୍ନ ପ୍ରକାର ବିଭାଗରେ 5T କୁ ମୂଳ ଆଧାର ରେ ରଖିଛୁ। ଟ୍ରଂସ୍ପରେନ୍ସୀ, ଟିମ ୱାର୍କ ଓ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ଗୁରୁତ୍ଵ ଦେଇ ଆସୁଛୁ।