ବିଶ୍ୱକପ ହକି : ଭୁବନେଶ୍ୱରରେ ପହଁଞ୍ଚିଲା ଦକ୍ଷିଣ ଆଫ୍ରିକା ହକି ଟିମ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ଦକ୍ଷିଣ ଆଫ୍ରିକା ହକି ଟିମ | FIH ଓଡିଶା ହକି ବିଶ୍ୱକପ 2023 ଭୁବନେଶ୍ୱର-ରାଉରକେଲା ପାଇଁ ଦକ୍ଷିଣ ଆଫ୍ରିକା ହକି ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

ପୂର୍ବରୁ ଭାରତ ସମେତ 4 ବିଦେଶୀ ଦଳ ପହଂଚି ସାରିଥିବା ବେଳେ ଆଜି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ଦକ୍ଷିଣ ଆଫ୍ରିକା ହକି ଦଳ | ତେବେ ଓଡିଶାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଜାନୁଆରୀ ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ ବିଶ୍ୱକପ୍ ହକି ।