ସମ୍ବଲପୁର: ଆଉ ୪ଟି ଗେଟ୍ ଖୋଲିଲା ହୀରାକୁଦ ଡ୍ୟାମ୍ । ଆସନ୍ତା ୨୫ ତାରିଖରେ ଲଘୁଚାପଜନିତ ବର୍ଷା ଥିବାରୁ ଆଉ ୪ ଗେଟ୍ ଖୋଲିଲେ ହୀରାକୁଦ କତ୍ତୃପକ୍ଷ । ଆଜି ସକଳେ ୪ ଟି ଗେଟ୍ ଖୋଲା ଯାଇଥିବା ବେଳେ ଏବେ ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ । ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବା ସହ ଆଗକୁ ବର୍ଷା ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଏବଂ ଜଳଭଣ୍ଡାରର କ୍ଷମତାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ କରାଯାଇଛି। ଜଳଭଣ୍ଡାର ବାମ ପାର୍ଶ୍ବରୁ ୩ଟି ଓ ଦକ୍ଷିଣ ପାର୍ଶ୍ବରୁ ୫ଟି ଗେଟ୍ ଖୋଲି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୧୦ ଫୁଟରେ ପହଞ୍ଚିଥିବା ବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ ଘନଫୁଟ ବନ୍ୟାଜଳ।