ଲଗାଣ ବର୍ଷା ଯୋଗୁ ଉତ୍ତରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି

ଲଗାଣ ବର୍ଷା ଯୋଗୁ ଉତ୍ତରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟରେ ବର୍ଷା ଜନିତ ଅଘଟଣ ଯୋଗୁ ୬୫ ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

(ଉତ୍ତରପ୍ରଦେଶ) : ଲଗାଣ ବର୍ଷା ଯୋଗୁ ଉତ୍ତରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟରେ ବର୍ଷା ଜନିତ ଅଘଟଣ ଯୋଗୁ ୬୫ ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ବି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁ ରାଜ୍ୟ ସରକାର ଦୁଇ ଦିନ ପାଇଁ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ଯୋଗୁ ରେଳସେବା ବାଧାପ୍ରାପ୍ତ ହୋଇଛି। ଅଯୋଧ୍ୟା ରେଳ ଷ୍ଟେସନ ଭିତରେ ପାଣି ପଶି ଯାଇଥିବାରୁ କର୍ମଚାରୀମାନେ ଦୀର୍ଘ ସମୟ ଧରି ଜଳବନ୍ଦୀ ହୋଇ ରହିଥିଲେ। ପ୍ରବଳ ବର୍ଷା ଯୋଗୁ ଘର ଭୁଶୁଡ଼ିବା, ଗଛ ଉପୁଡ଼ିବା ଓ ବଜ୍ରପାତ ଯୋଗୁ ସମଗ୍ର ୟୁପରେ ୬୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି।

ସୂଚନାନୁଯାୟୀ , ଶାହରନପୁରାରେ ସବୁଠାରୁ ଅଧିକ ୧୧ ଜଣ ପ୍ରାଣ ହରାଇଛନ୍ତି। ଅନେକ ସ୍ଥାନରେ ଘର ଭୁଶୁଡ଼ିଥିବା ବେଳେ ବହୁ ସଂଖ୍ୟକ ଗୃହପାଳିତ ପଶୁପକ୍ଷୀଙ୍କ ଜୀବନ ଯାଇଛି। ସରକାରୀ ଗୋଶାଳାରେ ମଧ୍ୟ ଅନେକ ଗାଈଙ୍କର ମୃତ୍ୟୁ ଘଟିଛି। ବର୍ଷାଯୋଗୁ ଜୌନପୁରର ସରାୟଖାନୀ ଗାଁରେ ଥିବା ଭରତଲାଲଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ପରିବାରର ସମସ୍ତ ୫ ଜଣ କାନ୍ଥ ତଳେ ଚାପି ହୋଇଯାଇଥିଲେ। ପ୍ରଶାସନ କାନ୍ଥ ତଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।