ଖବର ପ୍ରକାଶିତ ହେଲାପରେ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି : ଛାପା ଗଣମାଧ୍ୟମ ଏକ ଖବରକାଗଜ ରେ କୁଡୁମୁଲୁଗୁମ୍ମା ସ୍ଥିତ ଗୁଣ୍ଡୁରିଗୁଡା ଗ୍ରାମ ର ମୀନକେତନ ସାହୁ ଙ୍କ ଦିବ୍ୟାଙ୍ଗ ପୁତ୍ର ବିଶ୍ୱଜିତ ସାହୁ ଙ୍କ ଅକ୍ଷମତା ଓ ପ୍ରଶାସନିକ ସହାୟତା ବିଷୟରେ ଖବର ପ୍ରକାଶିତ ହେଲାପରେ ଆଜି କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ଷଡଙ୍ଗୀ ଓ ଆଉଜଣେ ସହ ଚିକିତ୍ସାଧିକାରୀ ଉକ୍ତ ଗ୍ରାମକୁ ଯାଇ ବିଶ୍ୱଜିତ ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଓ ଉପରୋକ୍ତ ବିଷୟର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଅବଗତ କରାଇଥିଲେ ଓ ଏହାପରେ ଗାଡି ମାଧ୍ୟମରେ ବିଶ୍ଵଜିତ ଙ୍କ ଉଚ୍ଚତର ଚିକିତ୍ସା ନିମନ୍ତେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପୁଅ ର ଭଲ ଚିକିତ୍ସା ପାଇଁ ଆଶା ବାନ୍ଧିଥିବା ମୀନକେତନ ଖୁସି ଜାହିର କରିଛନ୍ତି ଓ କହିଛନ୍ତି ଉତ୍ତମ ଚିକିତ୍ସା କରାଗଲେ ତାଙ୍କ ଦିବ୍ୟାଙ୍ଗ ପୁଅ ଅନ୍ୟ ମାନଙ୍କ ଭଳି ସାଧାରଣ ଜୀବନଯାପନ କରିପାରିବ ।