ଆନୁଷ୍ଠାନିକ ଭାବେ ଗିରଫ ହେଲେ ଅଭିନେତ୍ରୀ ମୁନମୁନ୍ ଦତ୍ତା
ହରିୟାଣାର ହାନସୀ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ ଅଭିନେତ୍ରୀ ମୁନମୁନ୍ ଦତ୍ତା ।
(ମୁମ୍ବାଇ) : ହରିୟାଣାର ହାନସୀ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ ଅଭିନେତ୍ରୀ ମୁନମୁନ୍ ଦତ୍ତା । ଅନୁସୂଚିତ ଜାତି ମନ୍ତବ୍ୟ ଉପରେ ପଞ୍ଜୀକୃତ ହୋଇଥିବା ମାମଲାରେ ଅନୁସନ୍ଧାନକାରୀ ଅଧିକାରୀ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିଥିଲା । ଚାରି ଘଣ୍ଟା ପଚରାଉଚରା ପରେ ଅନ୍ତରୀଣ ଜାମିନରେ ଛାଡିଥିଲେ।
ସୂଚନାନୁଯାୟୀ , ହାଇକୋର୍ଟର ଓକିଲ ତଥା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମୁନମୁନ୍ ନିଜେ ଦୁଇଜଣ ସୁରକ୍ଷା କର୍ମୀ ଏବଂ ବାଉନ୍ସର୍ସ ସହ ଡିଏସପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏସସି-ଏସଟି ଅଧିନିୟମ ଅନୁଯାୟୀ ଅଭିନେତ୍ରୀଙ୍କ ବିରୋଧରେ ମେ ୧୩, ୨୦୨୧ ରେ ହାନସିର ଦଳିତ ଅଧିକାର କର୍ମୀ ରଜତ କଲସନ ମାମଲା ଦାୟର କରିଥିଲେ।