କାୟା ମେଲାଉଛି H3N2 ଭାଇରସ୍ । କରୋନା ମହାମାରୀ ଭୟରୁ ଟିକିଏ ତ୍ରାହି ମିଳିଥିବାବେଳେ ପୁଣି ଥରେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି H3N2 ଭାଇରସ୍ । ଦିନକୁ ଦିନ ଘାତକ ହେବାରେ ଲାଗିଛି ଏହି ଭାଇରସ୍ । ଏହି ଭାଇରସ୍ ରେ ଆକ୍ରାନ୍ତ ହୋଇ ପୁଣି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଏହି ଭାଇରସ୍ ଆକ୍ରାନ୍ତରେ ୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଯାହାକି ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି ।
ମହାରାଷ୍ଟ୍ର ଅହମ୍ମଦ ନଗରରେ ଜଣେ ୨୩ ବର୍ଷୀୟ ଡାକ୍ତରୀ ଛାତ୍ର H3N2 ଭାଇରସ୍ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛିା ଯାହାକୁ ନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଅଧିକ ସତର୍କତା ଜାରି କରିଛି । ସେହିପରି ମହାରାଷ୍ଟ୍ର ନାଗପୁରର ଜଣେ ୭୮ ବର୍ଷୀୟ ବ୍ୟକ୍ତି H3N2 ଭାଇରସ୍ ରେ ଆକ୍ରାନ୍ତ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ତେବେ ବ୍ୟକ୍ତି ଜଣକ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍ ରେ ମଧ୍ୟ ପିଡିତ ଥିଲେ ।
ଏହି ଭାଇରସ୍ ରେ ଆକ୍ରାନ୍ତ ହେବା ଦ୍ୱାରା ରୋଗୀକୁ ଥଣ୍ଡା,ଜର ସହ କଫ ମଧ୍ୟ ଲାଗି ରହୁଛି । ତେବେ କରୋନା ପରି ଏହି H3N2 ଭାଇରସ୍ ଯେପରି ଅଧିକ କାୟା ବିସ୍ତାର ନ କରେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି ।