ବଧୂଙ୍କୁ ରିସେପସନ୍‌ ପାର୍ଟିରେ ଶକ୍ତ ଚାପୁଡ଼ା ମାରିଲେ ବର 

ଭୋଜିଭାତ ସାଙ୍ଗକୁ ମଜାମଜଲିସରେ ହୋଇଥିଲା ବାହାଘର ।

(ସୋସିଆଲମିଡ଼ିଆ) : ଭୋଜିଭାତ ସାଙ୍ଗକୁ ମଜାମଜଲିସରେ ହୋଇଥିଲା ବାହାଘର । ବିବାହରେ  ଉପସ୍ଥିତ ଥିଲେ ସମସ୍ତ ଅତଥିଗଣ। ମଞ୍ଚ ଉପରେ ଠିଆ ହୋଇଥିଲେ ବର କନ୍ୟା। ଚାଲିଥିଲା ରିସେପସନ୍‌ ପାର୍ଟି। ଠିକ ଏତିକି ବେଳେ ହଠାତ୍‌ ମଞ୍ଚ ଉପରେ କନିଆଁକୁ ଜୋରଦାର ଚାପୁଡା ମାରିଲା ବର। ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ସେପଟେ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଅନେକ ସୋଶାଲ ମିଡିଆରେ ୟୁଜର୍ସ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ ଏହା ଅସହନୀୟ। ବରକୁ ନିଶ୍ଚିତ ରୂପେ ଦଣ୍ଡ ମିଳିବା ଉଚିତ।’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ଝିଅର ବାପା-ମା’ ଏହା ଦେଖି କିଭଳି ସହ୍ୟ କରିପାରୁଛନ୍ତି? ଏହା ଏତେ ଭୟଙ୍କର ଯେ, ଏହାକୁ ସମାଧାନ କରାଯାଇପାରିବ ନାହିଁ।’

ସୂଚନାନୁଯାୟୀ ,  ଉଜ୍‌ବେକିସ୍ତାନର ଏକ ଅଞ୍ଚଳରେ ଆୟୋଜନ ହୋଇଥିଲା ଏକ ବିବାହ ରିସେପ୍‌ସନ ପାର୍ଟି। ମଞ୍ଚ ଉପରେ ଠିଆ ହୋଇଥିଲେ ବର-କନିଆଁ। ଏତିକି ବେଳେ ବର-କନିଆଁଙ୍କ ମଧ୍ୟରେ ଏକ ଗେମ୍‌ ଖେଳାଯାଇଥିଲା। ଏହି ଗେମ୍‌ରେ ଜିତି ଯାଇଥିଲା କନିଆଁ। ଏହା ଦେଖି ବର ନିଜ ପରାଜୟକୁ ଆଉ ସହିପାରିଲା ନାହିଁ। ରାଗରେ ମଞ୍ଚ ଉପରେ ହିଁ ନିଜ ପତ୍ନୀକୁ ସମସ୍ତଙ୍କ ସାମ୍ନାରେ ମାରିଦେଲା ଜୋରଦାର ଚାପୁଡା। ଚାପୁଡା ମାରିବା ପରେ ବର ଜଣକ କିଛି  ଘଟିନଥିଲା ଭଳି ସ୍ୱାଭାବିକ ଭାବେ ପୁଣି ଠିଆ ହୋଇପଡିଲା। କିନ୍ତୁ କନିଆଁ ଜଣକ ଏଭଳି ମାଡ ସହିପାରିଲେ ନାହିଁ। ଯନ୍ତ୍ରଣାରେ ସେ ନିଜ ମୁଣ୍ଡକୁ ଧରି ପକାଇଲେ। ପରେ ସେ ମଞ୍ଚ ଉପରୁ ମନ ଦୁଃଖ କରି ଚାଲି ଯାଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।