ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ ହରିବାବୁ କମ୍ଭମପତି

କୋରାପୁଟ:- ଦୁଇ ଦିନିଆ କୋରାପୁଟ ଗସ୍ତରେ ରାଜ୍ୟପାଳ ହରିବାବୁ କମ୍ଭମପତି । ସୋମବାର ଜୟପୁର ବିମାନ ବନ୍ଦରରେ ରାଜ୍ୟପାଳ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ବିମାନ ବନ୍ଦର ରୁ ସିଧା ସଳଖ କୋରାପୁଟ ସ୍ଥିତ କଫି ବୋର୍ଡ଼ରେ  ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେବେକୁ ପ୍ରସ୍ଥାନ କରିଥିଲେ ରାଜ୍ୟପାଳ । ସେଠାରେ କଫି ବଗିଚା ବୁଲି ଦେଖିବା ସହିତ କଫି ଚାଷୀ ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି  । କଫି ଚାଷ ପାଇଁ କୋରାପୁଟ ଜ଼ିଲ୍ଲାର ଜଳବାୟୁ ବେଶ ଉପଯୋଗୀ ହୋଇଥିବାରୁ ଅଧିକ ରୁ ଅଧିକ ମାତ୍ରା ରେ କିପରି କଫି ଚାଷ ହୋଈ ପାରିବ ସେ ନେଇ ଚାଷୀ ଓ ଅଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ ।

ଜାନୁଆରି ୩ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି -  OdishaLIVE