ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ଆଳୁବୋଝେଇ ଟ୍ରକ ଦୁର୍ଘଟଣା ଘଟି ଆଳୁ ଦେହରେ ଚାପି ହୋଇ ଡ୍ରାଇଭର, ହେଲ୍ପର ଙ୍କ ମୃତ୍ୟୁ । ସୂଚନା ଅନୁସାରେ କଲିକତା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଦୁର୍ଘଟଣା ଗ୍ରସ୍ତ ଏକ ଗାଡିକୁ ଏକ କଣ୍ଟେନର ବୋହି ନେଇ ଯାଉଥିବା ବେଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପଛ ପଟୁ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ ଆଳୁ ବୋଝେଇ ଟ୍ରକ ଟି ତିନି ଖଣ୍ଡ ହୋଇ ଯାଇ ଆଳୁ ଗୋଡ଼ିକ ବ୍ରିଜ ତଳକୁ ଖସି ପଡିଥିଲା । ଆଳୁବୋଝେଇ ଗାଡିର ଡ୍ରାଇଭର ଏବଂ ହେଲ୍ପର ଏହି ଆଳୁ ଦେହରେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ କରିଛି। ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କରୁଥିବା ବେଳେ ସୋର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଗ୍ରସ୍ତ ଗାଡ଼ି କୁ ସୋର ଥାନା କୁ ଆଣିଥିବା ଜଣାପଡ଼ିଛି।