( ଜୟନ୍ତ କୁମାର ସେଠୀ) : ପୁଣିଥରେ ରାଜ୍ୟ ବାହାରରେ ଦେଖିବାକୁ ମିଳିଛି ପିପିଲି ଚାନ୍ଦୁଆର ଝଲକ । ଗୁଜୁରାଟର ସୁରାଟଠାରେ ଓଡିଆ ସମାଜପକ୍ଷରୁ ଆୟୋଜିତ ଓଡିଶା ପର୍ବ ୨୦୧୮ ରେ ପିପିଲି ଚାନ୍ଦୁଆକୁ ପ୍ରଦର୍ଶିତ କରାଯାଇଛି । ସୁରଟ ଓଡିଶା ପର୍ବରେ ପିପିଲିର ଚାନ୍ଦୁଆକୁ ପ୍ରଦର୍ଶିତ କରି ଢେର ପ୍ରଂଶସା ପାଇଛନ୍ତି ଚାନ୍ଦୁଆଶିଳ୍ପୀ ସୁରେଶ ମହାପାତ୍ର । ସେପ୍ଟେମ୍ବର ୨ ଓ ୩ ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଶାର କଳା , ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତା ପିପିଲି ଚାନ୍ଦୁଆକୁ ଗୁଜୁରାଟର ଓଡିଆବାସୀ ନିକଟରେ ପହଞ୍ଚାଇବା ମୂଳ ଉଦ୍ଦେଶ୍ୟ ବୋଲି ଶିଳ୍ପୀ ସୁରେଶ ମହାପାତ୍ର କହିଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁରେଶ ଚାନ୍ଦୁଆ କଳାକୃତିକୁ ଦେଖିବା ସହ ଉତ୍କୃଷ୍ଟ ଶିଳ୍ପକଳାକୁ ବେଶ ପ୍ରଶଂସା କରିଛନ୍ତି ।