ସଜେଇ ହେବ କୋଣାର୍କ
ଜୟନ୍ତ କୁମାର ସେଠୀ, ଗୋପ: ନୁଆ ରୂପରେ ସଜେଇ ହେବ ବିଶ୍ଵ ପ୍ରସିଦ୍ଧ ଅର୍କକ୍ଷେତ୍ର । କୋଣାର୍କ ସୌନ୍ଦର୍ୟ୍ୟକରଣ ପାଇଁ ବାଧକ ସାଜିଥିବା ଉଠାଦେକାନୀଙ୍କୁ ଅସ୍ଥାୟୀ ଭାବରେ କରାଯିବ ଥଇଥାନ, ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଥଵା ବେଳେ ଅସ୍ଥାୟୀ ଭେଣ୍ଡିଜୋନ ମାଧ୍ୟମରେ ଥଇଥାନ କରିବା ପାଇଁ ପ୍ରଶାସନ ଅ।ରମ୍ଭ କରିଛି କାର୍ୟ୍ୟ । ଆସନ୍ତା ୧୫ ତାରିଖ ପୂର୍ଵରୁ ଉଠାଦୋକାନୀଙ୍କୁ ଥଇଥାନ କରାଯିବା ପାଇଁ ସମୟ ଧାର୍ୟ୍ୟ କରାଯାଇଛି ।
ବିଶ୍ଵ ଐତିହ କୋଣାର୍କ ସୂର୍ୟ୍ୟ ମନ୍ଦିର ବିକାଶ କରିବା ଲକ୍ଷ୍ୟରେ ରାଜ୍ୟ ସରକାର । କୋଣାର୍କ କୁ ଅ।ର୍ନ୍ତଜାତିକ ସ୍ତରରେ କିଭଳି ଅ।କୃଷ୍ଟ କରାଯାଇପାରିବ ସେ ନେଇ ଅ।ଉ ଗୋଟେ ପାଦ ଅ।ଗେଇଛନ୍ତି ରାଜ୍ୟ ସରକାର । ଅ।ସନ୍ତା ୧୫ ତାରିଖ ପୂର୍ଵରୁ କାର୍ୟ୍ୟ ସଂପୂର୍ଣ୍ଣ କରି ଉଠାଦେକାନୀ ମାନଙ୍କୁ ଥଇଥାନ କରାଯିବା ପାଇଁ ଜିଲ୍ଲାପ୍ରଶାସନ ତତ୍ପର ଅଛି । । ସେପଟେ ଦୀର୍ଘଦିନ ଧରି ମନ୍ଦିର ସମ୍ମୁଖରେ ହସ୍ତଶିଳ୍ପ ବ୍ୟବସାୟ କରି ଅ।ସୁଥିବା ବ୍ୟବସାୟୀ ମାନେ ମନ୍ଦିର ସମ୍ମୁଖରୁ ଅନ୍ୟତ୍ର ଗଲେ ବ୍ୟବସାୟ ବାଧାପ୍ରାପ୍ତ ହେବ ବୋଲି ଅ।ଶଙ୍କା କରିଛି । ଦୀର୍ଘ ୧୮ ବର୍ଷ ପରେ ଥଇଥାନ ବ୍ୟବସ୍ଥା କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଅ।ରମ୍ଭ ହୋଇଥବା ଉଦ୍ୟମକୁ ବ୍ୟବସାୟୀ ସ୍ଵାଗତ କରିଥିବା ବେଳେ ବ୍ୟବସାୟୀ ମାନଙ୍କୁ ଥଇଥାନ ସହିତ ଅସ୍ଥାୟୀ ଭେଣ୍ଡି ଜୋନରେ କିଭଳି ବ୍ୟବସାୟ ହେବ ତା ଉପରେ ପ୍ରଶାସନ ଗୁରୁତ୍ଵ ଦେବାକୁ ଦାବୀ କରିଛି ।
ସେପଟେ କୋଣାର୍କ ବିକାଶ ପରିକଳ୍ପନା କୁ ନେଇ ପ୍ରଶ୍ନ ଉଠାଇଛି କୋଣାର୍କ ବିକାଶ ପରିଷଦ ଓ ହସ୍ତଶିଳ୍ପ ସଂଘ । ପୂର୍ଵରୁ କୋଣାର୍କ ବିକାଶ ନାମରେ କୋଣାର୍କବାସୀ ଙ୍କୁ ସରକ।ର ଦେଇଥିବା ପ୍ରତିଶୃତି ରଖିନଥିବା ଅଭିଯୋଗ ଅ।ଣିଥିବା ବେଳେ ବ୍ୟବସାୟୀ ଥଇଥାନ ପାଇଁ କୌଣସି ବ୍ୟବସ୍ଥା କରି ନଥିଲେ । କୋଣାର୍କ ସୌନ୍ଦର୍ୟ୍ୟୀ କରଣ ପାଇଁ ପ୍ରଶାସନ ଯେଉଁ ପଦକ୍ଷେପ ନେଉଛି ତାକୁ ବିଶ୍ଵାସ କୁ ନେଇ ପ୍ରଶାସନକୁ ସହଯୋଗ କରିବେ ବୋଲି କୋଣାର୍କ ବିକାଶ ପରିଷଦ ଓ ହସ୍ତଶିଳ୍ପ ସଂଘ ର ସଭାପତି କହିଛନ୍ତି, ଅପରପଟେ ୧୭୯ ଜଣ ଉଠାଦୋକାନୀ ମାନଙ୍କୁ ଥଇଥାନ କରାଯିବ ବୋଲି ପୁରୀ ଜିଲ୍ଲାପଳ କହିଥିବା ବେଳେ ଥଇଥାନ ପରେ କୋଣାର୍କର ସୌନ୍ଦର୍ୟ୍ୟକରଣ କାମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।
ବ୍ଲାକ ପାଗୋଡାକୁ ନୂଅ।ରୂପ ରେଖ ଦେବା ଦିଗ ରେ ସରକାର ମାଷ୍ଟ୍ରର ପ୍ଲାନ ପ୍ରସ୍ତୁତ କରିଥିବା ବେଳେ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ର ଭଳି ଏହାକୁ ରୂପରେଖ ଦେଇ ବିଶ୍ଵ ସ୍ତରୀୟ ପର୍ୟ୍ୟଟନ କ୍ଷେତ୍ର କରିବାର ଲକ୍ଷ୍ୟ ରଖିଛନ୍ତି ।