ମଣ୍ଡଳସ୍ତରୀୟ ସୁରଭି ଓ ମଧ୍ୟାହ୍ନ ଭୋଜନ ସଚେତନତା ମେଳା ଅନୁଷ୍ଠିତ

( ଅମରେନ୍ଦ୍ର ଦେହୁରୀ) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର ସୌଜନ୍ୟରୁ ଆଜି ଘଟଗାଁ ସରକାରୀ ମଧ୍ୟମା ଇଁରାଜୀ ବିଦ୍ୟାଳୟ ଆନୁକୁଲ୍ୟରେ ମଣ୍ଡଳ ସ୍ତରୀୟ ସୁରଭି ଓ ମଧ୍ୟାହ୍ନଭୋଜନ ସଚେତନତା କାଯ୍ୟ ର୍କ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘଟଗାଁ ଶିକ୍ଷାମଣ୍ଡଳରେ ଥିବା କ୍ଲାସର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହାସହ ଛାତ୍ରଛାତ୍ରୀମାନେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପୁରସ୍କାର ବିତରଣ କରାଯାଇଥିଲା । ସକାଳ ୮ ଟାରେ ବିଭିନ୍ନ କ୍ଲାସରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ବଜାର ଦେଇ ସାଇକେଲ ଶୋଭାଯାତ୍ରା କରି ବିଦ୍ୟାଳୟ ପରସରକୁ ଆସିଥିୁଲେ । ଏହି ଅବସରରେ ଗଣ ଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହ ଶିଶୁ ମହୋତ୍ସବରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କିରଥିଲେ । ଏହା ସହ ସୁରଭି କାଯ୍ୟ ର୍କ୍ରମରେ କେନ୍ଦୁୁଝର ଜିଲ୍ଲାର ସବ ର୍ ଶିକ୍ଷା ଅଭିଯାନର ପ୍ରକଳ୍ପ ଯୋଜନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହ ମୁଖ୍ୟ ବକ୍ତା ଭାବେ ଘଟଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିଲୋଚନ ମିଶ୍ର ସାମିଲ ହୋଇଥିଲେ । ଘଟଗାଁ ବ୍ଲକ ଶିକ୍ଷାମଣ୍ଡଳ ସଭାପତି କେଏମ ହାଁସଦାଙ୍କ ଅଧ୍ୟକ୍ଷତାରେ କାଯ୍ୟ ର୍କ୍ରମ ଜାରିରହିଥିବାବେଳେ ଶିକ୍ଷକ ରୋହିତ ବେହେରା ସଭା କାଯ୍ୟ ର୍ ପରିଚାଳନା କରିଥିଲେ ।