( ଅମରେନ୍ଦ୍ର ଦେହୁରୀ ) : ଘଟଗାଁ ବ୍ଲକ ଘଟଗାଁ ତାରିଣୀ ବିଦ୍ୟାପୀଠ ଖେଳପଡିଆଠାରେ ଆଜି ପଞ୍ଚାୟତସ୍ତରିୟ କ୍ରିଡା ପ୍ରତିଯୋଗିତାରେ ଘଟଗାଁ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଉଚ୍ଚବିଦ୍ୟାଳୟ ର ୧୪ବର୍ଷରୁ କମ୍ ଓ ୧୭ବର୍ଷରୁ କମ୍ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୩୦ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତଥିଲେ । ଏହି ପ୍ରତିଯୋଗିତା ୨ଦିନ ଧରି ଚାଲିବ । ଏହି ଖେଳରେ ଚୟନ ହୋଇଥିବା କ୍ରିଡାପ୍ରତିଯୋଗିମାନେ ଜିଲ୍ଲାସ୍ତରୀୟ କ୍ରିଡା ପ୍ରତିଯୋଗିତାରେ ଭାଗନେବେ । ଘଟଗାଁ ନୂତନ ଗୋଷ୍ଟିଉନ୍ନୟନ ଅଧିକାରୀ ତ୍ରିଲୋଚନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ ତାରିଣୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଛାତ୍ରଛାତ୍ରୀମାନେ ପ୍ୟାରେଡ ମାଧ୍ୟମରେ ମୁଖ୍ୟ ଅତିଥିଙ୍କୁ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟଅତିଥି ବକ୍ତାରେ କହିଥିଲେ ଖେଳ ଦ୍ୱାରା ବନ୍ଧୁତ୍ୱ ସୃଷ୍ଟି ହୁଏ ଏବଂ ଶରୀର ସୁସ୍ଥ ରହେ । ତତ୍ ସହିତ ଏହି ଖେଳର ଆବାହକ ଘଟଗାଁ ଗୋଷ୍ଟି ଶିକ୍ଷାଅଧିକାରୀ କ୍ଷେତ୍ରମହୋନ ହାଁସଦା,ସହକାରୀ ଗୋଷ୍ଟିଶିକ୍ଷାଅଧିକାରୀ ଝାଡେଶୁର ସାହୁ,ଶିକ୍ଷକ ରୋହିତ କୁମାର ବେହେରା, ପ୍ର୍ରମୋଦ କୁମାର ସାହୁ,ଗାପାଳ କୂଷ୍ଣ ସାହୁଙ୍କ ତତ୍ତ୍ବାବଧାନରେ ଖେଳଶିକ୍ଷକ ଗୋବର୍ଦ୍ଧନ ନେହେରା,ଯଯାତି ପଲେଇ,ପ୍ରସ୍ନ ବେହେରା,ଲମ୍ବୋଧର ମହାନ୍ତ ଖେଳକୁ ପରିଚାଳନା କରିଥିଲେ ।