ପୁଜାରୀଗୁଡା ପଞ୍ଚାୟତ ରେ ଦୁର୍ନୀତି କୁ ନେଈଁ ବିଡିଓଙ୍କୁ ଘେରିଲେ ପଞ୍ଚାୟତବାସୀ

(ରାୟଗଡ଼ା / ସନ୍ତୋଷ କୁମାର ଲମତା ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୁଜାରୀଗୁଡା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେଊଥିବା ନେଈଁ ଆଜି ବିଡିଓ ଅନୁପ କୁମାର ପଣ୍ଡାଙ୍କୁ ପୁଣି ଥରେ ପଞ୍ଚାୟତର ୧୨ଖଣ୍ଡ ଗାଁ ର ଲୋକ ମାନେ ଘେରିବା ସହ ୨ମାସ ହେବ ସୁଚନା ଅଧିକାର ଆଈନ ଜରିଆରେ ତଥ୍ୟ ମଗାଗଲେ ମଧ୍ୟ ଗ୍ରାମପଞ୍ଚାୟତ ଅଧିକାରୀ ତଥ୍ୟ ପ୍ରଦାନ କରୁନଥିବା ଅଭିଯୋଗ କରିଛନ୍ତି । ବାର୍ଦ୍ଧକ୍ୟ ଭତ୍ତା, ଈନ୍ଦିରା ଆବାସ, ଊନ୍ନତିମୂଳକ କାର୍ଯ୍ୟରେ ଦୁର୍ନୀତି ନେଈଁ ତଥ୍ୟ ମଗାଯାଈଥିଲା ଏହାପରେ ବ୍ଲକ ସୁଚନା ଅଧିକାରୀଙ୍କ ନିକଟରେ ଆବେଦନ କରାଯାଇଥିଲେ ମଧ୍ୟ ସେ ସୁଚନାର ତଥ୍ୟ ଦେଉନଥିବା ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ରେ ଜିଲ୍ଲାପାଳ ଙ୍କୁ ଏସଂପର୍କ ଅଭିଯୋଗ ପରେ ମଧ୍ୟ ତଥ୍ୟ ଦିଆଯାଉନଥିବା ଅଭିଯୋଗ ହୋଈଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଦୁର୍ନୀତି ଘଟଣା କୁ ଚପାଇ ଦିଆଯାଊଥିବା ପଞ୍ଚାୟତ ର ଲୋକମାନେ ଅଭିଯୋଗ କରିଛନ୍ତି।ସୁଚନା ଅଧିକାର ଆଈନ ରେ ତଥ୍ୟ ମାଗିବାର ଅଧିକାର ଲୋକଙ୍କ ରହିଥିଲେ ସୁଧା ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।