ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରର ପହଲଗାମ ସହର ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଥରହର ହେବା ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ହତ୍ୟା ଧମକ ମିଳିଛି। ଇ-ମେଲ ମାଧ୍ୟମରେ ଗମ୍ଭୀରଙ୍କୁ ଧମକ ମିଳିଛି ।

ଯେଉଁଥିରେ ଲେଖାଯାଇଛି ‘ଆଇ କିଲ୍ ୟୁ’। ବୁଧବାର ସେ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗ କରି ଏକ ଏଫଆଇଆର ପାଇଁ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଇମେଲ ପଠାଇଥିବା ବ୍ୟକ୍ତିକୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି । ଏଥିପାଇଁ ସାଇବର ସେଲର ଟିମ୍ ଇମେଲ ଟ୍ରାକ କରିବା ସହ ଟେକ୍ନିକାଲ ବିଶ୍ଳେଷଣ କରୁଛି । ତେବେ ଏଯାଏଁ ଏହି ମେଲ କିଏ ପଠାଇଛି ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ।