ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ନିଲମ୍ବନ କରିଛି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ । ବିଶୃଙ୍ଖଳିତ ଆଚରଣ ପାଇଁ ହୋଇଛି କାର୍ଯ୍ୟାନୁଷ୍ଠାନ । ଜଟଣୀ ସବରେଜିଷ୍ଟର ଥିବା ବେଳେ ଦୁର୍ନୀତି ପାଇଁ ନିଲମ୍ବିତ । ସବରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ ଭିଜିଟ କରି କରିଥିଲେ ଜମି ରେଜିଷ୍ଟ୍ରେସନ । ମାର୍ଚ୍ଚ 2023ରୁ ମେ 2025 ଭିତରେ ଜଟଣୀ ସବରେଜିଷ୍ଟର ଥିବା ବେଳେ 322 ଥର Home visit କରି ରେଜିଷ୍ଟ୍ରେସନ କରିଥିଲେ । ଏମିତିକି ବିନା ଅନୁମତିରେ ମଧ୍ୟ ଜିଲ୍ଲା ବାହାରକୁ ଯାଇ ରେଜିଷ୍ଟ୍ରେସନ କରିଥିଲେ ବିଞ୍ଜେଶ ।