(ରିପୋର୍ଟସ ଟୁଡେ): ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛି ଫ୍ରାନ୍ସ । ତେଣୁ ଆସନ୍ତା ନଭେମ୍ବରରେ ଓଡ଼ିଶାରେ ହେବାକୁଥିବା ମେକ୍ ଇନ୍ ଓଡିଶାରେ ଭାଗ ନେବ ଫ୍ରାନ୍ସ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର । ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ସାକ୍ଷାତ କରିବା ପରେ କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର ।
ତେବେ ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ୟ୍ୟାୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ବିଶେଷ କରି ଇଜ୍ ଅଫ୍ ଡୁଇଙ୍ଗ ବିଜନେଓ ରିପୋର୍ଟ ବାହାରିବା ପରେ ରାଜ୍ୟ ସରକାର ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଦେଶ କମ୍ପାନୀଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ କାର୍ୟ୍ୟପନ୍ଥା ଗ୍ରହଣ କରୁଛନ୍ତି । କିଛି ଦିନ ପୂର୍ବେ ଦିଲ୍ଲୀ ଏବଂ ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ରୋଡ୍ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।