(ବଲାଙ୍ଗିର/ ମଧୂସୁଦନ ବହିଦାର): ବରଗଡ ଖମାରମୁଣ୍ଡା ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜିଆରପି ଥାନା ପୁଲିସ ଉଦ୍ଧାର କରିଛି । ପୁଲିସର ପ୍ରରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବଲେି ଜଣାପଡିଥିବା ସୂଚନା ମିଳିଛି । ମଅତକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ରାମେଶ୍ୱର ନଗର ପଡାର ରଞ୍ଜନ ନନ୍ଦ ।
ସୂଚନାନୁଯାୟୀ ଆଜି ସକାଳେ ରଞ୍ଜନ ଘରୁ ବାହାରି ବାଇକ ଯୋଗେ ଖମାରମୁଣ୍ଡା ରେଳଫାଟକକୁ ଆସି ଆତ୍ମହତ୍ୟା କରିଛନ୍ତି । ଖବରପାଇ ବଲାଙ୍ଗିର ଜିଆରପି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏକ ମାମଲା ରୁଜ୍ଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବରପାଇ ପରିବାରର ସଦସ୍ୟ ଓ ସଂପର୍କୀୟମାନେ ଘଟଣାସ୍ଥଳରେ ପହଂଚିଛନ୍ତି । ଜିଆରପି ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ଜଣାପଡିବ ବୋଲି ବଲାଙ୍ଗିର ରେଳବାଇ ଥାନାର ଅଧିକାରୀ ଉମେଶ ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି ।