୭ଟି ଆମ୍ବର ସୁରକ୍ଷା ପାଇଁ ୪ ଗାର୍ଡ ଓ ୬ କୁକୁର ନିୟୋଜିତ , ମୂଲ୍ୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ..

ମଧ୍ୟ ପ୍ରଦେଶର ଜବଲପୁରରେ ଏମିତି ଏକ ବଗିଚା ଅଛି ଯେଉଁ ପ୍ରାୟ ୭ଟି ଆମ୍ବର ସୁରକ୍ଷା ପାଇଁ ୪ ଗାର୍ଡ ଓ ୬ କୁକୁର ନିୟୋଜିତ ଅଛନ୍ତି । ଆସନ୍ତୁ ଜାଣିବା ଏହାର କାରଣ…

(ଦିଲ୍ଲୀ) : ମଧ୍ୟ ପ୍ରଦେଶର ଜବଲପୁରରେ ଏମିତି ଏକ ବଗିଚା ଅଛି ଯେଉଁ ପ୍ରାୟ ୭ଟି ଆମ୍ବର ସୁରକ୍ଷା ପାଇଁ ୪ ଗାର୍ଡ ଓ ୬ କୁକୁର ନିୟୋଜିତ ଅଛନ୍ତି । ଆସନ୍ତୁ ଜାଣିବା ଏହାର କାରଣ… ଜବଲପୁରର ଏକ ବଗିଚାରେ ଆମ୍ବର ସୁରକ୍ଷା ପାଇଁ ମାଲିକ ଗାର୍ଡ ଓ କୁକୁର ନିୟୋଜିତ କରିଛନ୍ତି । ଏହି ଆମ୍ବ କୌଣସି ସାଧାରଣ ଆମ୍ବ ନୁହେଁ, ଏହା ଭାରତରେ ବହୁତ ବିରଳ ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ଆମ୍ବ ମଧ୍ୟରୁ ଗୋଟିଏ ।

ସୂଚନାନୁଯାୟୀ , ଏହା ଜାପାନର ନାଲି ରଙ୍ଗର ଆମ୍ବ । ଏହାର ନାଁ ମିୟାଜାକି । ଏହାକୁ ନେଇ ଚାଷୀ ଦମ୍ପତି କୁହନ୍ତି ଗତ ବର୍ଷ ଅନ୍ତର୍ଜାତୀୟ ବାଜରରେ ଏହାକୁ ୨.୭୦ ଲକ୍ଷ ଟଙ୍କା ପ୍ରତି କିଲୋରେ ବିକ୍ରି କରାଯାଇଥିଲା । ଚାଷୀ ଦମ୍ପତି ସଙ୍କଳ୍ପ ଓ ରାଣୀ ପରିହାର ୩ ବର୍ଷ ପୂର୍ବରୁ ଜବଲପୁରରେ ନିଜ ବଗିଚାରେ ଏହି ଆମ୍ବର ୨ ଚାରା ଲଗାଇଥିଲେ । ତାଙ୍କୁ ଚେନ୍ନାଇର ଜଣେ ବ୍ୟକ୍ତି ଏହି ଚାରା ଦେଇଥିଲେ । ସେମାନେ ପ୍ରଥମେ ଏହା ସମ୍ପର୍କରେ ଜାଣିନଥିଲେ । କିନ୍ତୁ ଯେବେ ଗଛଟି ବଡ ହୋଇ ଏଥିରେ ନାଲି ଆମ୍ବ ଫଳିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ । ପରେ ଏହାର ଦାମ୍ ସମ୍ପର୍କରେ ଜାଣି ସେ ଖୁସି ହୋଇଗଲେ । ଗତ ବର୍ଷ ଏହାର ଦାମ୍ ସମ୍ପର୍କରେ ଜାଣିବା ପରେ ଚୋରମାନେ ତାଙ୍କର ୨ଟି ଆମ୍ବ ଚୋରି କରିନେଇଥିଲେ । କିଛି ଲୋକ ଗଛର ଡାଳ ଭାଙ୍ଗିନେଇଗଲେ । ତେଣୁ ଏବର୍ଷ ସେ ଏହାର ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରିଛନ୍ତି