ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପୂର୍ବତନ ସାଂସଦ ସୁସ୍ମିତା ଦେବ କଂଗ୍ରେସରୁ ଇସ୍ତପା ଦେଇ ତୃଣମୁଳ କଂଗ୍ରେସରେ ଯୋଗ ଦେଇଛନ୍ତି । ସୋମବାର ଦିନ ସୁସ୍ମିତା ଦେବ କଂଗ୍ରେସରୁ ଇସ୍ତପା ପତ୍ର ସୋନିଆ ଗାନ୍ଧୀଙ୍କୁ ଦେବା ପରେ ମମତା ବାର୍ନାଜି ଓ ପୁତୁରା ଅଭିଶେକ୍ଷ ବାନାର୍ଜୀଙ୍କୁ ଭେଟି ତୃଣମୁଳ କଂଗ୍ରେସରେ ଯୋଗ ଦେଇଛନ୍ତି ।
ସୁସ୍ଣିତା ଦେବ ସୋନିଆ ଗାନ୍ଧୀଙ୍କୁ ଏକ ପତ୍ର ଲେଖି କଂଗ୍ରେସ ଛାଡିବା ପାଇଁ ସୂଚନା ଦେଇଥିଲେ । ଆସାମ କଂଗ୍ରେସର ନେତା ସନ୍ତୋଷ ମୋହନ ଦେବଙ୍କର ଝିଅ ହେଉଛନ୍ତି ସୁସ୍ମିତା ଦେବ । ଅଲ ଇଣ୍ଡିଆ ମହିଳା କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ରହିଆସିଛନ୍ତି । ଗତ କିଛି ଦିନ ପୂର୍ବରୁ ଟୁଇଟର ଦ୍ୱାରା ସୁସ୍ମିତା ଦେବଙ୍କର ଟୁଇଟର ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା ।
ସୁସ୍ମିତା ଦେବଙ୍କର ଇସ୍ତପାକୁ ନେଣ କପିଲ ଦେବ ଏକ ଟୁଇଟ ଯୋଗେ କହିଥିଲେ ଯେତେବେଳେ ଯୁବ ନେତା ପାର୍ଟି ଛାଡି ଦିଅନ୍ତି ତେବେ ପାର୍ଟିରେ ଥିବା ବୟସ୍କ ନେତାଙ୍କୁ ଦୋଷୀ କରି ଦେଇ ଯାଆନ୍ତି ।ଗତ କିଛି ମାସ ଭିତରେ ଅନେକ ବରିଷ୍ଠ ଯୁବ ନେତା ଯଥା ଜୌତିରାଦିତ୍ୟ ସିନ୍ଧିଆ , ଜିତିନ ପ୍ରସାଦ କଂଗ୍ରେସରୁ ଇସ୍ତପା ଦେଇସାରିଛନ୍ତି ।