ବେଆଇନ ବାଣ ତିଆରି ହେଉଥିବା ଘର ଉପରେ କଟକ କମିଶନରେଟ ପୋଲିସ ଅଚାନକ ଚଢ଼ାଉ

(ତାରାକାନ୍ତ ନାୟକ) ବେଆଇନ ବାଣ ତିଆରି ହେଉଥିବା ଘର ଉପରେ କଟକ କମିଶନରେଟ ପୋଲିସ ଅଚାନକ ଚଢ଼ାଉ।କଟକ ଜିଲ୍ଲାଜଗତପୁର ଥାନା ଅଞ୍ଚଳ ତ୍ରିଲୋଚନପୁର ଗାଁ ରେ ତିଆରି ଚାଲିଥିବା ବେଆଇନ ବାଣ କୁ ଜବତ କରିଛି କମିଶନରେଟ ପୋଲିସି।ଆଜି ସକାଳୁ ଏ ସି ପି ତ୍ରିନାଥମିଶ୍ର ଙ୍କ ନେତୃତ୍ୱ ରେ ୭ ପ୍ଲାଟୁନ ଫୋର୍ସ ପୁରା ଗାଁ କୁ ସିଲ କରିବା ସହିତ ବେଆଇନ ବାଣ ଓ ବାରୁଦ କୁ ଜବତ କରିଛି। ଖାଲି ସେତିକି ନୁହେଁ ଗାଁ ଭିତରକୁ ଓ ବାହାରକୁ କାହାରିକୁ ଛାଡି ଦେଉନାହାନ୍ତି ପୋଲିସ।ଯେଉଁ ବ୍ୟକ୍ତି ଗାଁ ଭିତରକୁ ପ୍ରବେଶ କରନ୍ତି ଅବା ଗାଁ ବାହାରକୁ ସମସ୍ତଙ୍କୁ ପୋଲିସ ଟିକିନିଖି କରି ଯାଞ୍ଚ କରି ଛାଡ଼ୁଛନ୍ତି।ଯାହାକୁ ସନ୍ଦେହ ହେଉଛି, ତାକୁ ଅଟକାଇ ପଚାର ଉଚୁରା କରିବା ସହିତ ଅଟକ ରଖୁଛି।ଏପରିକି ଗାଁ ଲୋକେ ଫୋପାଡ଼ି ଦେଇଥିବା ବାଣ କୁ ମଧ୍ୟ ପୋଲିସି ଜବତ କରିଛି।ଟ୍ରାକ୍ଟର ଏବଂ ନିଜେ ବ୍ୟବହାର କରୁଥିବା ଗାଡ଼ି ରେ ଜବତ ବାଣ କୁ ଜଗତପୁର ଥାନା ରେ ରଖିଛନ୍ତି। ବାଣ ଏବଂ ବାରୁଦ କେତେ ପରିମାଣ ରେ ଜବତ କରାଯାଇଛି ସେ ନେଇ ପୋଲିସ ମୁଁହ ଖୋଲୁନାହିଁ।କେତେ ପରିମାଣରେ ବାଣ ବାରୁଦ ଓ ଲୋକଙ୍କୁ ଅଟକ ରଖିଛି ତାହାର ସୂଚନା ପରବର୍ତ୍ତୀ ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀ ରେ ଡି, ସି,ପି ଦେବେ ବୋଲି କହିଛନ୍ତି।ଏପରିକି ସାମ୍ବାଦିକ ମାନଙ୍କୁ ଫୋଟ ଉଠାଇବା ପାଇଁ ମାନକରିଦେଥିଲେ।ଏପଟେ ପୋଲିସ ର କାର୍ୟ୍ୟକଳାପକୁ ଅଂଚଳ ବାସୀ ନିନ୍ଦା କରିଛନ୍ତି।ଏ ନେଇ ପୋଲିସ କିମ୍ବା ଜିଲ୍ଳା ପ୍ରଶାସନ ପକ୍ଷରୁ ବାଣ ତିଆରି ପାଇଁ ସଚେତନାକରିନାହାନ୍ତି।ଅଚାନକ ଚଢ଼ାଉ କୁ ଘୋର ବିରୋଧ ସହ ବାଣ ବିକ୍ରି କରି ବର୍ଷକ ଜୀବିକା ନିର୍ବାହ କରୁଥିବା ଏବେ କିପରି ବଞ୍ଚିବେତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।