(ଅନୁଗୁଳ) : ଗ୍ୟାସ ସିଲିଣ୍ଡର ଟାଙ୍କି ଫାଟି ଜଳିଗଲା ୨ ଦୋକାନ ଘର । ଏଭଳି ଏକ ଅଚାଙ୍କ ଦୁର୍ଘଟଣ ଦେଖିବାକୁ ମିଳିଛି ଅନୁଗୁଳ ଇକୋ ପାର୍କ ନିକଟରେ। ସବୁଠାରୁ ବଡ କଥା ହେଉଛି ପାଖରେ ଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାନୁଯାୟୀ , ଇକୋ ପାର୍କ ନିକଟରେ ଦୁଇଟି ଗ୍ୟାସ ଚୁଲା ରିପାରିଂ ଦୋକାନ ଥିଲା। ହଠାତ ଉକ୍ତ ଦୋକାନରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ୨ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅନୁଗୁଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।