(ରିପୋର୍ଟସ ଟୁଡ଼େ)ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଗ୍ରାମରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଛି । ଗ୍ରାମର ଏକ ଘରେ ହଠାତ ନିଆ ଲାଗିଯାଇଥିଲା । ପରେ ଏହା ଅନ୍ୟ ଏକ ଘରକୁ ବ୍ୟାପିଥିଲା । ଏହାର ପ୍ରଭାବରେ ଦୁଇଟି ଘରର ପ୍ରାୟ ୮ବଖରା ଜଳି ଯାଇଛି । ଏହାସହ ଘରେ ଥିବା ପ୍ରାୟ ୧୦୦ରୁ ଅଧିକ ଧାନ ବସ୍ତା ମଧ୍ୟ ପୋଡିଯାଇଛି । ତେବେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।