ମାଗଣା ଏଲପିଜି ସିଲିଣ୍ଡର ପାଇଁ ଆର୍ଥିକ ସହାୟତା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ନୂଆଦିଲ୍ଲୀରେ 15 ଲକ୍ଷରୁ ଅଧିକ ଯୋଗ୍ୟ ରାସନ କାର୍ଡଧାରୀ ପରିବାରକୁ ଏଲପିଜି ସିଲିଣ୍ଡର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ହସ୍ତାନ୍ତର କରିଥିଲେ ଏବଂ ହିତାଧିକାରୀମାନଙ୍କୁ ପ୍ରତୀକାତ୍ମକ ଚେକ୍ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ, ଶ୍ରୀମତୀ ଗୁପ୍ତା କହିଥିଲେ ଯେ ଦିଲ୍ଲୀ ସରକାର ଏହାର ବିହିତ ପ୍ରତିଶ୍ରୁତି ପୂରଣ କରିବା ଏବଂ କଲ୍ୟାଣକାରୀ ଯୋଜନାର ଲାଭ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ।

CM Rekha Gupta Distributes Free LPG Cylinder

ସେ ଆହୁରି କହିଥିଲେ ଯେ ହୋଲି ଏବଂ ଦୀପାବଳି ସମୟରେ ରାସନ କାର୍ଡଧାରୀ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ଯୋଜନା ଏହି ପ୍ରତିବଦ୍ଧତାର ଏକ ଅଂଶ ଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାର ପର୍ବପର୍ବାଣୀ ସମୟରେ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା ଏବଂ ପାରିବାରିକ ଖର୍ଚ୍ଚର ବୋଝ କମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା, ସାଂସଦ ବନସୁରୀ ସ୍ୱରାଜ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।