ଚାଷୀଙ୍କୁ ମିଳିଲା ସିଏମ-କିଷାନ ଟଙ୍କା

ରିପୋଟର୍ସ ଟୁଡେ ବ୍ୟୁରୋ;- ଚାଷୀଙ୍କୁ ମିଳିଲା ସିଏମ-କିଷାନ ଟଙ୍କା । ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୧ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ରାଶି ଡିବିଟି ଜରିଆରେ ପ୍ରଦାନ କରିଛନ୍ତି । ୨୦୨୫-୨୬ ରବି ଋତୁ ପାଇଁ ଚାଷୀମାନଙ୍କୁ ସିଏମ-କିଷାନ ସହାୟତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ କିଷାନର ତୃତୀୟ କିସ୍ତି ଭାବେ ଚାଷୀଙ୍କୁ ୨ହଜାର ଟଙ୍କାର ସହାୟତା ମିଳିଛି । ଏଥିପାଇଁ ଖଚ୍ଚ ହବେ ୧୦୪୧ କୋଟି ଟଙ୍କା । ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ ।