ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ମଧ୍ୟ ରାଜ୍ୟ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ସ୍ୱରୂପ , ଓଡ଼ିଶା ସରକାର ଶୁକ୍ରବାର ଦିନ ମହଙ୍ଗା ଭତ୍ତା (DA) ରେ 2% ବୃଦ୍ଧି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି । ଏହି ବୃଦ୍ଧି ଫଳରେ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ଘୋଷଣା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ମାଧ୍ୟମରେ କରିଛନ୍ତି।

ସବୁଠାରୁ ଖୁସିର କଥା ହେଉଛି ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୬ ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ । ଏହାସହ ପେନସନଭୋଗୀଙ୍କ ପାଇଁ ଟିଆଇରେ ମଧ୍ୟ ବୃଦ୍ଧି କରାଯାଇଛି । ଏହି ମହଙ୍ଗା ବର୍ଦ୍ଧତ ଭାବେ ଚଳିତମାସ ଦରମାରେ ନଗଦ ଆକାରରେ ମିଳିବ । ପେନସନଭୋଗୀମାନେ ମଧ୍ୟ ଏହି ବର୍ଦ୍ଧିତ ଭତ୍ତା ମେ’ମାସ ପେନସନ ସହ ମିଳିବ । ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢ଼େ ୮ ଲକ୍ଷ ରାଜ୍ୟସରକାରଙ୍କ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।