୩ କୋଟି ଠକେଇ: ଆତ୍ମଘୋଷିତ ବାବାକୁ ରିମାଣ୍ଡରେ ନେବ ଇଓଡବ୍ଲୁ

ଭୁବନେଶ୍ୱର/ଆଦର୍ଶ ରାଉତ: ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଗିରଫ ପରେ ବହୁ ଗୁମର ଖୋଲିବାରେ ଲାଗଇଛି । ବାବାର ଅପରାଧିକ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ପେଡି ଫିଟୁଛି । ଫଳରେ ବାବା ନାମରେ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ସାମ୍ନାକୁ ଆସିବାରେ ଲାଗିଛି । ଶନିବାର ଜଣେ ସ୍ପେସାଲ କ୍ଲାସ କଣ୍ଟ୍ରାକ୍ଟରଙ୍କ ଅଭିଯୋଗ ଆଧାରରେ ଚନ୍ଦନ ଆକାଶ ମହାନ୍ତି ଓ ବାବାଙ୍କୁ ପୁଲିସ ଗିରଫ କରିଥିଲା ଇକୋନୋମିକ ଅଫେନ୍ସ ୱିଂ (ଇଓଡବ୍ଲୁ) । କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କା ଠକି ନେଇଥିଲେ ଓଟିଡିସି ଟେଣ୍ଡର ନାମରେ ।

ବାବା ଗିରଫ ହେବା ପରେ ଗଞ୍ଜାମର ଜଣେ ଠିକାଦାର ଇଓଡବ୍ଲୁ ନିକଟରେ ଅଭିଯୋଗ କରିଛନ୍ତି । ବାବା ତାଙ୍କୁ ୨୫ ଲକ୍ଷର ଚୁନ ଲଗାଇଥିବା ସେ ଇଓଡବ୍ଲୁ ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆବଶ୍ୟକ ପଡ଼ିଲେ ଓଟିଡିସି ୩ କୋଟି ଠକେଇ ମାମଲାରେ ବାବା ବିଜୟାନନ୍ଦ ମହାରାଜଙ୍କୁ ତଦନ୍ତକାରୀ ସଂସ୍ଥା ଇଓଡବ୍ଲୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି । ତେବେ ଏହି ମାମଲା ଏବେ ଇନିସିଆଲ ଷ୍ଟେଜରେ ରହିଛି, ଆଗକୁ ତଦନ୍ତ ହେଲେ ସବୁ ତଥ୍ୟ ବାହାରିବ ବୋଲି ଇଓଡବ୍ଲୁ ଏସପି କହିଛନ୍ତି ।