(ଆଦର୍ଶ ରାଉତ): ଇନ୍ସପେକ୍ଟର ସ୍ଥରରେ ଏକ ବଡ ଧରଣର ଅଦଳବଦଳ କରାଯାଇଛି । ୪୭ ଜଣ ଇନ୍ସପେକ୍ଟରଙ୍କର ଅଦଳବଦଳ କରାଯାଇଥିବା ସୂଚନା ମିଳିଛି । ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ସାରା ରାଜ୍ୟରେ ବେଶ ଜଣାଶୁଣା ତଥା ବ୍ରହ୍ମପୁର ଅଞ୍ଚଳରେ ଅପରାଧୀଙ୍କ ମନରେ ଛନକା ସୃଷ୍ଟି କରିଥିବା ଇନ୍ସପେକ୍ଟର ଆଲୋକ ଜେନାଙ୍କ କମିଶନରେଟ ପୋଲିସକୁ ବଦଳି ହୋଇଛି ।
ସେହିପରି ଯାଜପୁରରେ କାର୍ୟ୍ୟ କରୁଥିବା ଅମିତାଭ ମହାପାତ୍ରଙ୍କର ମଧ୍ୟ କମିଶନରେଟକୁ ବଦଳି ହୋଇଛି । ମଞ୍ଚେଶ୍ୱର ଥାନା ଅଧିକାରୀ କେ ପି ମିଶ୍ର ଙ୍କର ଜଗତସିଂହପୁର ବଦଳି କରାଯାଇଛି । ବାଲିଅନ୍ତା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁଙ୍କର ଯାଜପୁର ବଦଳି ହୋଇଛି । ମୟୁରଭଞ୍ଜ ଜିଲ୍ଲାରେ କାର୍ୟ୍ୟ କରୁଥିବା ସତ୍ୟଜିତ ଦାସଙ୍କର କମିଶନରେଟ ପୋଲିସକୁ ବଦଳି କରାଯାଇଛି । ସେହିପରି ଖାରବେଳନଗର ଥାନାରେ କାର୍ୟ୍ୟରତ ଆଶାଲତା ଜେନାଙ୍କର ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀକୁ ବଦଳି କରାଯାଇଛି । ଧଉଳି ଥାନା ଅଧିକାରୀ ଜୟଦେଵ ବିଶ୍ଵଜିତଙ୍କୁ ପୁରୀରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି ।