( ରିପୋର୍ଟସଟୁଡେ): ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ଧାରାବାହିକ ‘ ଏକ ହଜାରୋ ମୈ ବେହେନା ହୈ’ । ପୁଣି ଟେଲିଭିଜନ ଜଗତରେ ଦର୍ଶକମାନେ ଏହି ସିରିୟଏଲର ମଜା ନେଇପାରିବେ । ଛୋଟ ପରଦାରେ ଅଭିନେତ୍ରୀ ନିୟା ଶର୍ମା ଏକଥା ସେଶାଲ ମିଡିଆରେ ନିଜ ଫ୍ୟାନଙ୍କ ସହ ଶେୟାର କରିଛନ୍ତି । ନିୟା କହିଛନ୍ତି ଖୁବ୍ ଶୀଘ୍ର ଏହି ଶୋ’ ଆଉଥରେ ପ୍ରସାରଣ ହେବ । ଆପଣ ଏକଥା ଶୁଣି ନିଶ୍ଚୟ ଉତ୍ସାହିତ ହୋଇଯିବେଣି। ଭାବୁଥିବେ ବୋଧେ ଆଉ ଏକ ସିଜିନ୍ ଆରମ୍ଭ ହୋଇପାରେ କିମ୍ବା ରିମେକ୍ ହୋଇପାରେ। କିନ୍ତୁ କଥା ସେମିତି କିଛି ନୁହେଁ । ପ୍ରକୃତରେ ଏହାକୁ ଆପଣ ଷ୍ଟାର ଉତ୍ସବରେ ଦେଖିପାରିବେ। ଶୋ’ର ଲୋକପ୍ରିୟତାକୁ ଦେଖି ଏହାକୁ ‘ଷ୍ଟାର ଉତ୍ସବ’ରେ ଆଉଥରେ ପ୍ରସାରଣ କରାଯିବ।
ଏହି ଧାରବାହିକ ୨୦୧୧ରୁ ୨୦୧୩ ପର୍ୟ୍ୟନ୍ତ ପ୍ରସାରିତ କରାଯାଇଥିଲା। ଏଥିରେ ନିୟା ଶର୍ମା, କ୍ରିଷ୍ଟଲ୍ ଡିସୌଜା, କରଣ ଟ୍ରାକର ଓ କୁଶାଲ ଟଣ୍ଡନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ର ପୂରା କାହାଣୀ ଦୁଇ ଭଉଣୀ ତଥା ଜୀବିକା (କ୍ରିଷ୍ଟଲ ଜିସୌଜା) ଓ ମାନ୍ବୀ(ନିୟାଶର୍ମା)ଙ୍କୁ ନେଇ ଗତିଶୀଳ ହୋଇଥିଲା।