ଭୂୁବନେଶ୍ୱର– ମାରାଥନ ଜେରା ବେଳେ ଆକାଶ ପାଠକଙ୍କ ବଡ ଖୁଲାସା । ୩ ଦିନିଆ ରିମାଣ୍ଡରେ ଆଜି ହେଉଛି ଦ୍ୱିତୀୟ ଦିନ । ରିମାଣ୍ଡରେ ଆସିଥିବା ପାଠକ ବାପ ପୁଅଙ୍କୁ ତନ ତନ କରି ଜେରା କରୁଛି ଭିଜିଲନ୍ସ ଏସଆଇଟି । କିଛି କଥା ସତ ମାନିଥିଲେ ବି କିଛି କଥାର ମତ ବଦଳାଉଛନ୍ତି ଆକାଶ । ଟାଟା ମୋର୍ଟସରେ ଚାକିରି କରିନଥିବା ମାନିଛନ୍ତି ଭିଜିଲାନ୍ସ ଆଗରେ । ଏହା ସହ ସଂପର୍କୀୟଙ୍କ ସହ ଚାଟାର୍ଡ ଫ୍ଲାଇଟରେ ବିଦେଶ ଭ୍ରମଣ କରିଥିବା ମଧ୍ୟ ମାନିଛନ୍ତି । ଆକାଉଣ୍ଟକୁ କେଉଁଠୁ ଲକ୍ଷାଧିକ ଟଙ୍କା ଆସିଲା କିଏ ପଠେଇଲା ସେ ନେଇ ମତ ବଦଳାଉଛନ୍ତି ଆକାଶ ପାଠକ । ଆକାଶ ପାଠକଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା କେଉଁଠୁ ଆସିଲା ସେ ନେଇ ଜୋରଦାର ଭାବେ ତଦନ୍ତ ଚାଲିଛି । ସେପଟେ ଆକାଶ ପାଠକ ଟାଟାର ଏମଡି କି ନାହିଁ ସେ ନେଇ ସତ ଜାଣିବାକୁ ଆଜି ଟାଟା କମ୍ପାନୀକୁ ଚିଠି ଲେଖିଥିଲା କମିସନରେଟ ପୁଲିସ ।