(ହଂଜିଳି କାଟୁ / ରଜନୀକାନ୍ତ ପାତ୍ର ): ଗଂଜାମ ଜିଲ୍ଲା କବିସୂର୍ୟ୍ୟନଗରରେ ଗତ ପାଂଚ ଦିନ ତଳେ ସାମାନ୍ୟ ବର୍ଷା ହୋଇଥିଲା । ହେଲେ ଏହି ସାମାନ୍ୟ ବର୍ଷା ରେ ସହରର ମେରୁବନ୍ଧ ସାହି ଛକ , ଖରୁଡା ସାହି ଛକ ଓ ମହାମାୟୀ ମନ୍ଦିର ରାସ୍ତାରେ ଅ।ଣ୍ଠେଏ ଉଚ୍ଚର ପୋଚରା ପାଣି ବହୁ ସମୟ ଧରି ଭାଷିରହିଥିଲା । ଯାହାର ଫଟୋଚିତ୍ର ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲିବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ ନଜରକୁ ଅଣାଯାଇଥିଲା । ଏହାପରେ ଆଜି ହଠାତ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ପରିଦର୍ଶନ ଆସିଥିଲେ । ଜିଲ୍ଲା ର କବିସୂର୍ୟ୍ୟନଗର ଏନଏସି କାର୍ୟ୍ୟାଳୟ ରେ ପହଁଚି କର୍ମଚାରୀ ମାନଙ୍କ ସହ ଅ।ଲୋଚନା କରିଥିବା ବେଳେ ମହାମାୟୀ ମନ୍ଦିର ଛକରେ କୁଢକୁଢ ଅଳିଅ। ଅର୍ବଜନା ଦେଖି ବିଗିଡି ଯାଇଥିଲେ ଜିଲାପାଳ । ତୁରନ୍ତ ସହରର ସମସ୍ତ ଡ୍ରେନଜ ଗୁଡିକୁ ସଫା ରଖିବା ପାଇଁ ଏନଏସି ଅଧିକାରୀଙ୍କୁ ତାଗିଦ କରିଥିଲେ । ତେବେ ସବୁଠାରୁ ବଢକଥା ହେଲା ଜିଲ୍ଲାପାଳଙ୍କ ଏହି ଚଢାଉ ସମୟରେ ସମସ୍ତ ନେତା ତଥା କୁଜିନେତା ମାନେ କୁଆଡେ ଅର୍ନ୍ତଧ୍ୟାନ ହୋଇଯାଇଥିଲେ । ଯାହାକି ସହରରେ ଏକ ପ୍ରକାର କୌତୁହଳ ସୃଷ୍ଟି କରିଥିବା ବେଳେ ସେମାନଙ୍କ ପାରିବା ପଣିଆ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।