ଆଶାଦିଦି ଶିବାନୀ ମଣ୍ଡଳଙ୍କ ଘରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ

କେନ୍ଦ୍ରାପଡା; ଆଶାଦିଦି ଶିବାନୀ ମଣ୍ଡଳଙ୍କ ଘରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ । ଆଉ ତାଙ୍କୁ ତାଙ୍କୁ ଆବାସ ଯୋଜନାର ୱାର୍କଅର୍ଡର ଯୋଗାଇ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଡିଓ ନିଜେ ଯାଇ ଶିବାନୀ ଘରେ ପହଞ୍ଚିଥିଲେ । ସୂଚନାମୁତାବକ, ଆଶାଦିଦି ଶିବାନୀ, ବାତ୍ୟାରେ ନିଜ ଜୀବନକୁ ବାଜି ଲଗାଇ ଜଣେ ବୃଦ୍ଧାଙ୍କୁ ପିଠିରେ ପକାଇ ଆଶ୍ରୟସ୍ଥଳୀକୁ ନେଇଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରିଥିଲା । ତେବେ ତାଙ୍କର ଏଭଳି କାର୍ଯ୍ୟ ପାଇଁ ସରକାର ଠାରୁ ଆରମ୍ଭ କରି ଓଡିଶାବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି । କେନ୍ଦ୍ରାପଡ଼ା ରାଜନଗରର ଆଶାକର୍ମୀ ଶିବାନୀ ମଣ୍ଡଳଙ୍କ ଘରେ ପହଞ୍ଚିଛି ପ୍ରଶାସନ । ବିଡିଓ ନିଜେ ଯାଇ ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି ।