‘ୟେ ରିସ୍ତା କ୍ୟା କେହଲାତା ହେ’ ର ଦିବ୍ୟା ଭଟନାଗର ଭେଣ୍ଟିଲେଟରରେ ଭର୍ତ୍ତି

ମୁୁମ୍ବାଇ– ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ ରେ ଗୁଲାବୋ ଭୂମିକାରେ ଅଭିନୟ କରିଥିବା ଦିବ୍ୟା ଭଟନାଗର ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏନେଇ ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି । ଦିବ୍ୟା ସୋସିଆଲ ମିଡିଆରେ ଏକ ଫଟୋର ସ୍କ୍ରିନ ସଟ୍ ସେୟାର କରି ଲେଖିଛନ୍ତି ଯେ , ତାଙ୍କର ଶ୍ରୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ।


ଗୁଡ଼ଗାଓଁରୁ ମୁମ୍ବାଇ ପହଞ୍ଚିଥିବା ଦିବ୍ୟାଙ୍କ ମାଆ କହିଛନ୍ତି ଯେ ଦିବ୍ୟାଙ୍କ ଶରୀରର ତାପମାତ୍ରା ଗତ ୬ଦିନରୁ ବଢ଼ିଥିଲା। ତାଙ୍କୁ ଅସ୍ଥିର ଲାଗିଥିଲା। ସେ ଦିଲ୍ଲୀରୁ ଆସିଥିଲେ ଏବଂ ଘରୁ ଏକ ଅକ୍ସିମିଟର ନେଇ ଆସିଥିଲେ। ତାଙ୍କ ଅକ୍ସିଜେନ୍ ସ୍ତର ଚେକ୍ କରିବାରୁ ଏହା ଯଥେଷ୍ଟ ହ୍ରାସ ପାଇଥିଲା

ଦିବ୍ୟା ଶଶି-ସୁମିତ ପ୍ରଡକ୍ସନ ହାଉସର ଟିଭି ଶୋ ‘ତେରା ୟାର ହୁଁ ମେଁ’ରେ କାମ କରୁଛନ୍ତି। ଏହି ପ୍ରଡକ୍ସନ୍ ହାଉସ୍ ଦିବ୍ୟାଙ୍କ ଚିକିତ୍ସାରେ ଆର୍ଥିକ ସାହାଯ୍ୟ କରୁଛି।
ଦିବ୍ୟାଙ୍କ ମାଆ ତାଙ୍କ ଜ୍ବାଇଁଙ୍କୁ ଠକ କହିଛନ୍ତି। ସେ କହିଥିଲେ ଯେ ସେ ଦିବ୍ୟାଙ୍କୁ ଛାଡ଼ି ଚାଲି ଯାଇଛି ଏବଂ ଦିବ୍ୟାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ନଥିଲା। ‘ୟେ ରିସ୍ତା କ୍ୟା କେହଲାତା ହେ’ ଏବଂ ‘ତେରା ୟାର ହୁଁ ମେଁ’ ବ୍ୟତୀତ ଦିବ୍ୟା ‘ସଂସ୍କାର’, ‘ଉଡ଼ାନ’,‘ଜିତ ଗଇ ତୋ ପିୟା ମେରେ’ ଏବଂ ‘ବିଷ’ ଭଳି ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି।