ଭୁବନେଶ୍ବର: ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି | ହକି ବିଶ୍ୱକପ ଟିକେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର ଟିକେଟ କିଣିବା ପାଇଁ ପ୍ରି-ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଏଫଆଇଏଚ ପକ୍ଷରୁ ନୋଟିଫିକେସନ ଜାରି ହୋଇଛି । ସେପଟେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ବିଶ୍ୱକପ ହକିର ପ୍ରଥମ ଟିକେଟ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି |କେବଳ ସେତିକି ନୁହେ ମୁଖ୍ୟମନ୍ତ୍ରୀ ମଧ୍ୟ ୫୦୦ ଟଙ୍କା ପ୍ରଦାନ କରୁଛନ୍ତି ଦିଲୀପ ତିର୍କିଙ୍କୁ | ହକି ବିଶ୍ୱକପ ପାଇଁ ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଏବେଠୁ ଦେଖିବାକୁ ମିଳିଛି |