୧୯୬୦ ମସିହାର କାର,ଭଗବାନଙ୍କର ବଡ଼ ଆଶୀର୍ବାଦ ଥିଲା : ଅଭିନେତା ଧର୍ମେନ୍ଦ୍ର
ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ସୋମବାର ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି।
(ମୁମ୍ବାଇ) : ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ସୋମବାର ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏଥିରେ ତାଙ୍କୁ ତାଙ୍କର ପ୍ରଥମ କାର୍ ସହିତ ଦେଖିବାକୁ ମିଳିଛି। ଏହି କାର୍ଟି ତାଙ୍କ ପାଇଁ ବେଶ୍ ଖାସ୍। ସେ ଏହାକୁ ୧୯୬୦ ମସିହାରେ କିଣିଥିଲେ। ତେବେ ଏବେ ବି ସେ ଏହାକୁ ବେଶ୍ ଯତ୍ନର ସହିତ ପାଖରେ ରଖିଛନ୍ତି।
ସୂଚନାନୁଯାୟୀ , ପୋଷ୍ଟ କରିଥିବା ଭିଡିଓ ଧର୍ମେନ୍ଦ୍ର କହିଛନ୍ତି, “ବନ୍ଧୁମାନେ, ଏହା ମୋର ପ୍ରଥମ କାର୍। ଏହାକୁ ମୁଁ ୧୮ ହଜାର ଟଙ୍କା ଦେଇ କିଣି ଥିଲି। ସେତେବେଳେ ୧୮ ହଜାର ଟଙ୍କା ବହୁତ ବଡ଼ କଥା ଥିଲା। ମୁଁ ଏହାକୁ ଖୁବ୍ ଯତ୍ନର ସହିତ ରଖିଛି। ଭଲ ଦେଖାଯାଉଛି ନା? ପ୍ରାର୍ଥନା କରନ୍ତୁ ଏହା ସବୁବେଳେ ମୋ ସହିତ ରହୁ।” ସଂଘର୍ଷ ସମୟରେ ଏହା (ଉକ୍ତ କାର) ତାଙ୍କ ପ୍ରତି ଭଗବାନଙ୍କର ବଡ଼ ଆଶୀର୍ବାଦ ଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ଫିଆଟ୍ କାର୍ଟି ତାଙ୍କ ଛୁଆ ବୋଲି ମଧ୍ୟ ସେ ଭିଡିଓର କ୍ୟାପ୍ସନ୍ରେ ଲେଖିଛନ୍ତି।