ପୁରୀ: ଏଣିକି ଆଉ ଅରୁଣ ସ୍ତମ୍ଭ ଛୁଇଁପାରିବେନି ଭକ୍ତ । ପୁଣି ଲାଗିଲା ଭକ୍ତଙ୍କ ଭାବାବେଗକୁ ଶକ୍ତ ଧକ୍କା । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଏହି ଅରୁଣ ସ୍ତମ୍ବକୁ ଛୁଇଁ ମନ୍ଦିର ଭିତରକୁ ପ୍ରବେଶ କରନ୍ତି ଶ୍ରଦ୍ଧାଳୁ । ଯେଉଁ ଭକ୍ତ ମନ୍ଦିର ଭିତରକୁ ଯାଇପାରୁ ନଥିଲେ ସେମାନେ ସେହି ଅରୁଣ ସ୍ତମ୍ବକୁ ଛୁଇଁ ପତିତାପବନ ଦର୍ଶନ କରି କୃତ୍ତାର୍ଥ ହେଉଥିଲେ । ମାତ୍ର ଏବେ ଏସବୁରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କାରଣ ଅରୁଣ ସ୍ତମ୍ବର ସୁରକ୍ଷା ଓ ଦୀର୍ଘ ସ୍ଥାୟୀ ବ୍ୟବସ୍ଥା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ତମ୍ବର ଚାରିପାଖେ ପିତଳ ବ୍ୟାରିକେଡ ଲାଗାଯାଇଛି । ଫଳରେ ଅରୁଣ ସ୍ତମ୍ବକୁ ଛୁଇଁବାକୁ ଲୋକେ ସନ୍ତସନ୍ତ ହେଉଛନ୍ତି । ବ୍ରିଟିଶ ଅମଳରୁ ଶ୍ରୀମନ୍ଦିର ସମ୍ମୁଖରେ ରହିଛି ଏହି ଅରୁଣ ସ୍ତମ୍ଭ । ସେବେଠାରୁ ଅରୁଣ ସ୍ତମ୍ଭକୁ ଲୁହା ବାଡ ଦ୍ଵାରା ଘେରା ଯାଇଥିଲା । ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ କାଢି ପିତଳ ବ୍ୟାରିକେଡ଼ ଲଗାଯାଇଛି । ଅରୁଣ ସ୍ତମ୍ଭର ସୁରକ୍ଷା ଓ ଦୀର୍ଘ ସ୍ଥାୟୀ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ପରିବର୍ତ୍ତନ କରାଯାଉଛି କିନ୍ତୁ ଏନେଇ ସେବାୟତମାନଙ୍କ ସହ କୌଣସି ଆଲୋଚନା କରାଯାଇ ନାହିଁ । ପ୍ରଶାସନ ଦ୍ଵାରା ଲଗାଯାଇଥିବା ପିତଳ ବାଡର ଉଚ୍ଚତା ପ୍ରାୟ ୪ ଫୁଟ ହେବ । ଏତେ ଉଚ୍ଚା ବାଡ କାରଣରୁ ଭକ୍ତମାନେ ଅରୁଣ ସ୍ତମ୍ଭ ସ୍ପର୍ଶ କରିପାରୁ ନାହାନ୍ତି । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତିଷ ଦେଖାଦେଇଛି । ଅନ୍ୟପଟେ ଏନେଇ ଅଭିଯୋଗ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ।